Videos
|
Odisha

ମୁଣ୍ଡ ନୁଆଁଇଲା ଶ୍ରୀମନ୍ଦିର ପ୍ରଶାସନ, ଖବର ପ୍ରସାରଣ ପରେ ବଦଳିଲା ନିୟମ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୁଣ୍ଡ ନୁଆଁଇଲା ଶ୍ରୀମନ୍ଦିର ପ୍ରଶାସନ, ଖବର ପ୍ରସାରଣ ପରେ ବଦଳିଲା ନିୟମ

ଅର୍ଗସ ବ୍ୟୁରୋ:  ମୁଣ୍ଡ ନୁଆଁଇଲା ଶ୍ରୀମନ୍ଦିର ପ୍ରଶାସନ। ଖବର ପ୍ରସାରଣ ପରେ ବଦଳିଲା ନିୟମ। ଠାକୁରଙ୍କ ପହୁଡ଼ ନୀତିକୁ ବନ୍ଦ କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ବିରୋଧୀଙ୍କ ଚାପ ଓ ଖବର ପ୍ରସାରଣ ପରେ ନିୟମ ବଦଳାଇଲା ଶ୍ରୀମନ୍ଦିର ପ୍ରଶାସନ।  31 ତାରିଖରେ ପହୁଡ କରାଯିବ ନାହିଁ ବୋଲି କହିଥିଲେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପହୁଡ ନକରିବାକୁ ଚିନ୍ତା କରାଯାଇଥିବା କହିଥିଲେ। ବିରୋଧ ପରେ ମତ ବଦଳାଇ ମହାପ୍ରଭୁଙ୍କୁ ପହୁଡ କରାଯିବ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।

ରାତି 11ଟା ଭିତରେ ପହୁଡ କରି ରାତି 1ଟା  କିମ୍ବା 1.30ସୁଦ୍ଧା ଦ୍ୱାରଫିଟିବ ବୋଲି ସେ ସୂଚନା ଦେଇଛନ୍ତି। ବାରମ୍ବାର ଓଡ଼ିଆଙ୍କ ଇଷ୍ଟ ଦେବତାଙ୍କ ନୀତିନିୟମ ବଦଳାଇ କି ସୂଚନା ଦେବାକୁ ଚାହୁଁଛି ଶ୍ରୀମନ୍ଦିର ପ୍ରଶାସନ। ଏହା କଣ ଜଗନ୍ନାଥ ସଂସ୍କୃତି ବିରୋଧୀ ନୁହେଁ କି ? ଗୋମାଂସ ପ୍ରବକ୍ତା କାମିଆ ଜାନିଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇ ସନାତନୀଙ୍କ ଭାବାବେଗ ସହ ଖେଳିଥିଲା ବିଜେଡି। ଏନେଇ ପାଇଭ ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ରାଜ୍ୟସାରା ହେଉଛି ବିରୋଧ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: