Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଆ ଅସ୍ମିତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଧାର୍ଯ୍ୟ ହୋଇଛି ଲକ୍ଷ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଓଡ଼ିଆ ଅସ୍ମିତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଧାର୍ଯ୍ୟ ହୋଇଛି ଲକ୍ଷ୍ୟ

ଅର୍ଗସ ବ୍ୟୁରୋ:  ଶେଷ ହୋଇଛି ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ପୁରୀ ଠାରେ ଆୟୋଜିତ ବୈଠକର ଶେଷ ଦିନରେ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି ନେତା, କର୍ମୀ । ନୂଆ ଓଡ଼ିଶା ତିଆରି କରିବା ପାଇଁ 5 ସୁତ୍ରୀ ଏଜେଣ୍ଡାକୁ ନେଇ ପାରିତ ହେଲା ରାଜନୈତିକ ଚିଠା ପ୍ରସ୍ତାବ ପାରିତ । ବିକଶିତ ଓଡ଼ିଶା ପାଇଁ 12 ବର୍ଷର ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି ଦଳ । 2036 ସୁଦ୍ଧା ଆଧୁନିକ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଯେମିତି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ 12 ବର୍ଷ ଲାଗିଥିଲା , 1200 ବଢେଇ 12 ବର୍ଷର ଅକ୍ଲାନ୍ତ ପରିଶ୍ରମରେ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ । ସେମିତି ବିଜେପି ମଧ୍ୟ 12 ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଗାମୀ 12 ବର୍ଷ ଭିତରେ ତୃଣମୂଳ ସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ 12 ହାଜର କର୍ମକର୍ତ୍ତା ନୂଆ ଓଡ଼ିଶା ଏବଂ ଆଧୁନିକ ଓଡ଼ିଶା ଗଠନ କରିବେ । 2036 ସୁଦ୍ଧା ଓଡ଼ିଶା ଯେତେବେଳେ 100 ବର୍ଷ ପୂର୍ତ୍ତି ପାଳନ କରୁଥିବ, ସେତେବେଳେ ବିକଶିତ ଏବଂ ଆଧୁନିକ ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟକାରିଣୀରେ ସଂକଳ୍ପ ନେଇଛି ବିଜେପି ।

ଓଡ଼ିଶାର ଅସ୍ମିତା ଉପରେ ଆକ୍ରମଣ କରିଥିଲା ବିଜେଡ଼ି । ଓଡ଼ିଶାର ଅସ୍ମିତାକୁ ରକ୍ତାତ କରିଥିଲା ବିଜେଡ଼ି । ଓଡ଼ିଶା ଅସ୍ମିତାକୁ ଆଗାମୀ ଦିନରେ ରକ୍ଷା କରିବା ସହ ଆହୁରି ରୁଦ୍ଧିମନ୍ତ କରି ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି । ଆଗାମୀ ଦିନରେ କେବଳ ବିକାଶ ନୁହେଁ, ଓଡ଼ିଶାର ଅସ୍ମିତାକୁ ମଧ୍ୟ ବିଶ୍ଵ ଦରବାରରେ ପହଞ୍ଚିବା ପାଇଁ କର୍ମକର୍ତ୍ତାଙ୍କ ଲକ୍ଷ୍ୟ ରହିବ ।

ସନ୍ତୁଳିତ, ସାମଗ୍ରିକ ଏବଂ ସମତୁଲ ବିକାଶକୁ ଗୁରୁତ୍ଵ । ଓଡ଼ିଶାର ସନ୍ତୁଳିତ ବିକାଶ ହେବ, ସମଗ୍ର ଅଞ୍ଚଳର ବିକାଶ, ସମତୁଲ ବିକାଶ ହେବ । ବିକାଶ ଯେତିକି ମହତ୍ତ୍ୱପୂର୍ଣ୍ଣ, ବିକାଶର ଚରିତ୍ର ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । ଦୁର୍ନୀତି ମୁକ୍ତ ସରକାର ପାଇଁ ସଂକଳ୍ପ ନିଆଯାଇଛି  । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିରେ ଚାଲିବ ସରକାର । ବିଜେଡ଼ି ସରକାର 5T ନାଁରେ ବର୍ଷକୁ 50 ହାଜର କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟୁଥିଲା । ସାରା ଭାରତରେ ସ୍ପଷ୍ଟ ଦିବାଲୋକରେ ଦୁର୍ନୀତି କରିବାର ଏନ୍ତୁଡ଼ି ଶାଳ ଥିଲା ଓଡ଼ିଶା । ତେଣୁ ସ୍ୱଚ୍ଛ, ଦୁର୍ନୀତି ମୁକ୍ତ ଏବଂ ଲୋକାଭିମୁଖୀ ସରକାର ଦେବା ପାଇଁ ସଂକଳ୍ପ ନେଇଛି ବିଜେପି । ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ବିକାଶ ପହଞ୍ଚିବା ସରକାରଙ୍କର ପ୍ରାଥମିକତା ରହିବ । 24*7 ପରିଶ୍ରମ କରିବ ମୋହନ ମାଝୀ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସର ଆଚରଣ ଏବଂ ଉଚ୍ଚାରଣକୁ ନିନ୍ଦା କଲା ବିଜେପି । କଂଗ୍ରେସର ଆଚରଣ ସାରା ଭାରତ ବର୍ଷକୁ ବ୍ୟଥିତ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିନ୍ଦୁ ସମାଜକୁ ହିଂସ୍ର କହିବାକୁ ନିନ୍ଦା କଲା କାର୍ଯ୍ୟକାରିଣୀ । ଜରୁରୀ ପରିସ୍ଥିତି ପାଇଁ ଜୁନ 25କୁ କଳା ଦିବସ ଭାବେ ପାଳନ କରୁଥିଲା ବିଜେପି । ଗଣତନ୍ତ୍ରକୁ ହତ୍ୟା କରିଥିବା ଲୋକ ମାନେ ଆଜି ଗଣତନ୍ତ୍ରର ବାର୍ତ୍ତାବହ ହେବା ପାଇଁ ଚେଷ୍ଟା କରୁଛନ୍ତି । 25 ଜୁନକୁ ସରକାରୀ ସ୍ତରରେ ଗଣତନ୍ତ୍ର ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ   କାର୍ଯ୍ୟକାରିଣୀରେ ପ୍ରଶଂସା କରିବା ସହ ସ୍ବାଗତ କରାଯାଇଛି । ଦଳୀୟ ପତାକା ଅବତରଣ କରି ରାଜ୍ୟ କାର୍ଯ୍ୟକାରିଣୀର କରାଗଲା ସମାପନ । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ଧ୍ଵଜା ଅବତରଣ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
The aim is to spread the odia Asmita to the world | Argus News