|
logo
Live

Argus News - ପିସି ମାଫିଆ-କୁବେର ବାବୁ କେବଳ ମୋହରା    

Odisha

ପିସି ମାଫିଆ-କୁବେର ବାବୁ କେବଳ ମୋହରା    

Manini Pattanayak
Browse all articles by Manini Pattanayak
·1 year ago·2 min read
ପିସି ମାଫିଆ-କୁବେର ବାବୁ କେବଳ ମୋହରା    

ଭୁବନେଶ୍ୱର: ପିସି ମାଫିଆ-କୁବେର ବାବୁ କେବଳ ମୋହରା । 24 ବର୍ଷର ଲୁଟରେ ଏମାନେ ଥିଲେ ଗୋଟି । ବଡ଼ ଅଭିଯୋଗ-ଚଳାଇବା ଲୋକେ ବସିଥିଲେ ତୃତୀୟ ମହଲାରେ । ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେଇ ଚାନ୍ଦା ନେବା ଥିଲା ଲକ୍ଷ୍ୟ । ପ୍ରଚାର ବେଳେ ମୋଦି ଧରିଥିଲେ କହିଥିଲେ ଭାଙ୍ଗିବ ମାଫିଆଙ୍କ ଅଣ୍ଟା । କେଜିଏ ସୁନା, 45 ପ୍ଲଟ୍,  2 ଟି ଫ୍ଲାଟ୍ , 88 ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍, ଏକାଧିକ କାର, ଜେସିବି, କ୍ରସର ୟୁନିଟ୍, ଏସ୍କାଭେଟର ମେସିନ୍ । ଶେଷରେ ବନ୍ଧା ହେଲେ OBCCର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । କେବଳ ପ୍ରଦୀପ ରଥ ନୁହେଁ ଗତ କେଇଦିନ ଭିତରେ ଭିଜିଲାନସ ହାତରେ ଧରାପଡିଛନ୍ତି ଏମିତି ଅନେକ କୁବେର ବାବୁ। ତେବେ ଏମାନେ କେବଳ ଗୋଟି ।

ବିଜେଡି ସରକାରରେ ରିମୋଟ୍ ଥିଲା ତୃତୀୟ ମହଲାରେ। ଅଭିଯୋଗ ଅନୁସାରେ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେଇ ଚାନ୍ଦା ଆଦାୟ କରୁଥିଲେ ପିସି ମାଫିଆ। ଏମାନଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର ଚାନ୍ଦା ଯାଉଥିଲା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍, ଡିଏସ୍ କୁଟ୍ଟେ, ପ୍ରଣବ ପ୍ରକାଶ ଦାସଙ୍କ ପାଖକୁ। ଏଇ କୁବେର ବାବୁଙ୍କ ପାଖରେ ଯଦି ଏତେ ତାହା ହେଲେ ପାଣ୍ଡିଆନ୍, କୁଟ୍ଟେ ଓ ବବିଙ୍କ ପାଖରେ କେତେ ତାକୁ ନେଇ ଉଠିଛି ପ୍ରଶ୍ନ।   କୋଟି କୋଟି ଟଙ୍କାର କେଳେଙ୍କାରୀର ଖୋଲୁଛି ପୋଲ୍। ଦୁର୍ନିତିଗ୍ରସ୍ତ ପିସି ମାଫିଆଙ୍କୁ ଘଣ୍ଟ ଘୋଡାଇ ରଖିଥିଲା ନବୀନ ସରକାର। ନବୀନ ବାବୁଙ୍କ ପିସି ମଷ୍ଟ ଷ୍ଟପ୍ ନାରା ଥିଲା କେବଳ ମିଛ ପ୍ରଚାର। ମୋଦି ଧରିଥିଲେ ନବୀନ ସରକାରଙ୍କ ଭ୍ରଷ୍ଟାଚାରକୁ । ପ୍ରଚାର ବେଳେ କହିଥିଲେ ବିଜେପି ସରକାର ମାଫିଆଙ୍କ ଅଣ୍ଟା ଭାଙ୍ଗିବ। ଏବେ ମୋହନ ସରକାର ପିସି ମାଫିଆଙ୍କ ବିରୋଧରେ ନେଉଛନ୍ତି ଆକସନ୍। ଆଗକୁ ରିମୋଟ୍ ଧରିଥିବା ଲୋକଙ୍କୁ ଧରି ଜେଲରେ ପୁରାଯିବ ବୋଲି କହିଛନ୍ତି ବିଜେପି ମୁଖପାତ୍ର।   ଦୁର୍ନୀତିଖୋର ଅଧିକାରୀଙ୍କ ପଛରେ ଥିଲା କାହାର ହାତ ? ଅଭିଯୋଗ, ଜନତା ଓ ରାଜକୋଷ ଲୁଟି ଏମାନେ ଗୋଟାଉଥିଲେ ବିଜେଡି ପାଣ୍ଠି। ମାଫିଆଙ୍କ ଅଣ୍ଟା ଭାଙ୍ଗିବା ପରେ ଏବେ ମାଲିକମାନଙ୍କ ଭିତରେ ଛନକା।  
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପିସି ମାଫିଆ-କୁବେର ବାବୁ କେବଳ ମୋହରା     | Argus News