ଭୋଟ ପାଇଁ ଘୋଷଣା ସର୍ବସ୍ବ ସାଜିଥିଲା ପୂର୍ବତନ ବିଜେଡି ସରକାର

Key Points
- ଭୋଟ ପାଇଁ ଘୋଷଣା ସର୍ବସ୍ବ ସାଜିଥିଲା ପୂର୍ବତନ ବିଜେଡି ସରକାର
- ନିର୍ବାଚନ ବୈତରଣୀ ପାର ହେବା ଲାଗି ରାଜକୋଷକୁ ଖୋଳ କରିଥିଲା ବିଜେଡି
- ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଖୋଲିଲା ନବୀନ ପଟ୍ଟନାୟକଙ୍କ ଗୁମର
- ନିର୍ବାଚନ ଜିତିବା ପାଇଁ ନବୀନଙ୍କ ଟିମ୍ ଷଡ଼ଯନ୍ତ୍ର ପୂର୍ଣ୍ଣ ଭାବେ ବର୍ଷକରେ ଆଣିଥିଲେ ୧୪୦ ଯୋଜନା
- ବଡ଼ ପ୍ରଚାରରେ ଖର୍ଚ୍ଚ ହୋଇଥିଲା ରାଜ୍ୟ ରାଜକୋଷର ବଡ଼ ଅଂଶଧନ
- ଲାଭ ପାଇ ନଥିଲେ ଲୋକେ, ପୋଷା ହୋଇଥିଲେ ଦଳୀୟ କର୍ମୀ ଓ ନେତା
- ନବୀନ ସରକାରରେ ପ୍ରତି ଯୋଜନା ପାଇଁ ୧୦୦୦ଟଙ୍କା ବ୍ୟୟବରାଦ
ଅର୍ଗସ ବ୍ୟୁରୋ : ବର୍ଷକ ମଧ୍ୟରେ ବିଜେଡି ସରକାର ଆଣିଥିଲା ୧୪୦ ଯୋଜନା । ତାହା ବି ଠିକ ୨୦୨୪ ସାଧାରଣ ନିର୍ବାଚନର ଅବ୍ୟବେହିତ ପୂର୍ବରୁ । ବିଧାନସଭାରେ ବିଜେପି ବିଧାୟକ ଅମର ନାୟକଙ୍କ ଲିଖିତ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ନବୀନ ପଟ୍ଟନାୟକଙ୍କ ପୋଲ ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର କହୁଛି ୨୦୨୪ ନିର୍ବାଚନ ପୂର୍ବରୁ ତତ୍କାଳୀନ ନବୀନ ସରକାର ଗୋଟିଏ ବର୍ଷରେ ଆଣିଥିଲେ ୧୪୦ ଟି ଯୋଜନା । ଏପରିକି ବିନା ବଜେଟ ବ୍ୟୟ ବରାଦରେ ଆରମ୍ଭ କରାଯାଇଥିଲା ଅନେକ ଯୋଜନା । ଅନେକ ଯୋଜନା କେବଳ ଘୋଷଣାରେ ସୀମିତ ରହି ଯାଇଛି ଯେମିତି ଶକ୍ତି ସଦନ, ଶକ୍ତି ନିବାସ, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ହବ, ପାଳନ, ନାରୀ ଅଦାଲତ ଭଳି ଯୋଜନା କେବଳ ଘୋଷଣା ରେ ସୀମିତ ରହିଥିଲା। ପ୍ରତିଟି ଯୋଜନା ପାଇଁ ବ୍ୟୟବରାଦ ହୋଇଥିଲା ୧୦୦୦ଟଙ୍କା । ବହୁ ଚର୍ଚ୍ଚିତ ଆମ ଓଡିଶା ନବୀନ ଓଡିଶା ରେ କୌଣସି ବ୍ୟୟ ବରାଦ ନ କରି ଆରମ୍ଭ କରାଯାଇଥିଲା ବୋଲି କହୁଛି ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ।
ଅଧିକ ପଢନ୍ତୁ : ଖୋଲୁଛି ବିଜେଡି ଶାସନରେ ଦୁର୍ନୀତିକୁ ରାଜନୈତିକ ପୃଷ୍ଠପୋଷକତାର ଗୁମର
୨୦୨୩-୨୪ ବର୍ଷ ଅଥବା ନିର୍ବାଚନୀ ବର୍ଷ କେବଳ ନୁହେଁ ୨୦୧୮-୨୦୧୯ ରେ ମଧ୍ୟ ନିର୍ବାଚନ ପାଇଁ ଆମ ଗାଁ ଆମ ବିକାଶ, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ଯୁବ ବାହିନୀ ଭଳି ଅନେକ ଯୋଜନା ଆଣିଥିଲେ । ଯେଉଁଥିରୁ ନିର୍ବାଚନ ପରେ ବିଜୁ ଯୁବ ବାହିନୀ ଓ ଆମ ଗାଁ ଆମ ବିକାଶ କୁ ବନ୍ଦ କରି ଦିଆଯାଇଥିଲା । କାଳିଆ ଟଙ୍କା କୁ ୧୦ ହଜାର ଟଙ୍କା ରୁ ୪ ହଜାର ଟଙ୍କାକୁ କମାଇ ଦିଆଯାଇଥିଲା । ଯେଉଁଥିପାଇଁ ୨୦୨୩-୨୦୨୪ ର ନିର୍ବାଚନ ବର୍ଷରେ ୧୪୦ ଯୋଜନା କୌଣସି କାମ ଦେଲାନି । ୨4 ବର୍ଷ ର ବିଜେଡି ସରକାରକୁ ଲୋକେ ଗାଦିଚ୍ୟୁତ କରିଦେଲେ ବୋଲି ଚର୍ଚ୍ଚା ହେଉଛି ।