|
logo
Live

Argus News - ଆସନ୍ତାକାଲି ହେବ ଚିଲିକାରେ ଡଲଫିନ୍ ଗଣନା 

Odisha

ଆସନ୍ତାକାଲି ହେବ ଚିଲିକାରେ ଡଲଫିନ୍ ଗଣନା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆସନ୍ତାକାଲି ହେବ ଚିଲିକାରେ ଡଲଫିନ୍ ଗଣନା 

ଖୋର୍ଦ୍ଧା: ଡଲଫିନ୍ ଗଣନା ନେଇ ଶେଷ ହୋଇଛି ଟ୍ରେନିଂ କାର୍ଯ୍ୟକ୍ରମ। ବାଲୁଗାଁ-ବଡକୂଳ ସ୍ଥିତ CDA ର ରିସର୍ଚ୍ଚ ସେଣ୍ଟର ପରିସରରେ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ଆସନ୍ତାକାଲି ସକାଳ ୬ ଟା ସମୟରେ ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱ।ଡି  ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍ ର ଗଣନା କରାଯିବ ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ( ବାଲୁଗାଁ ) ଅଧିନରେ ଥିବା ୫ ଟି ରେଞ୍ଜ୍ ଇଲାକାରେ ଏହି ଡଲଫିନ୍ ଗଣନା କରାଯିବ। ଗଣନାକାରୀମାନେ କିଭଳି ଡଲଫିନ୍ ଗଣନା କରିବେ ସମ୍ପର୍କରେ ଗଣନାକାରୀ ଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ( ବାଲୁଗାଁ ) ର DFO ଅମ୍ଲାନ କୁମାର ନାୟକ କହିଛନ୍ତି । ଏହି ଡଲଫିନ୍ ପ୍ରଶିକ୍ଷଣ ଶିବିରରେ 100 ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ହୋଇଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆସନ୍ତାକାଲି ହେବ ଚିଲିକାରେ ଡଲଫିନ୍ ଗଣନା  | Argus News