Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଢିଚାଲିଛି ବେଦାନ୍ତ କମ୍ପାନୀର ମନମାନି 

Odisha

ବଢିଚାଲିଛି ବେଦାନ୍ତ କମ୍ପାନୀର ମନମାନି 

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବଢିଚାଲିଛି ବେଦାନ୍ତ କମ୍ପାନୀର ମନମାନି 

Key Points

  • ବଢିଚାଲିଛି ବେଦାନ୍ତ କମ୍ପାନୀର ମନମାନି 
  • କରିଚାଲିଛି ବେଆଇନ ପାଉଁଶ ଡମ୍ପିଂ
  • ଝାରସୁଗୁଡା ଅମ୍ବାପାଲି ପରିତ୍ୟକ୍ତ ପଥର ଖାଦାନରେ ବେଦାନ୍ତ କମ୍ପାନୀର ବିଷାକ୍ତ ପାଉଁଶ
  • ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମର ଖୋଲା ଉଲ୍ଲଙ୍ଘନ କରୁଛି ବେଦାନ୍ତ
  • ବିଜେପି ସରକାରର କାର୍ଯ୍ୟାନୁଷ୍ଠାନ
  • ପାଉଁଶ ପକାଇବାକୁ ସ୍ଥଗିତ ନିର୍ଦ୍ଦେଶ ଜାରି କଲା ପ୍ରଦୂଷଣ ବିଭାଗ

ଅର୍ଗସ ବ୍ୟୁରୋ:  ଝାରସୁଗୁଡାରେ ବେଦାନ୍ତ କମ୍ପାନୀର ବେଆଇନ ପାଉଁଶ ଡମ୍ପିଂ ...କୁଢ କୁଢ ପାଉଁଶ....ପାଉଁଶ ୟୋଗୁଁ ମୃତ୍ତିକା, ବାୟୁ ଓ ଜଳ ପ୍ରଦୂଷଣ .... ଏ ଦୃଶ୍ୟ ହେଉଛି ଲଖନପୁର ବ୍ଲକ ଅମ୍ବାପାଲି ପରିତ୍ୟକ୍ତ ପଥର ଖାଦାନର । ଖାଦାନରେ ପଡୁଛି ବେଦାନ୍ତ କମ୍ପାନିର ବିଷାକ୍ତ ପାଉଁଶ....ପ୍ରତିଦିନ ବେହାନ୍ତ କମ୍ପାନୀ ବେଧଡକ ଭାବେ ପାଉଁଶ ନେଇ ଏଠି ସେଠି ଡମ୍ପିଂ କରୁଛି .....ଲୋକଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ । ଝାରସୁଗୁଡାରେ ବସିଥିବା ସମୀକ୍ଷା ଓ ଜନଶୁଣାଣି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଭିଯୋଗ କଲେ ସ୍ଥାନିୟ ବାସିନ୍ଦା । ବେଦାନ୍ତ କମ୍ପାନୀ ପାଉଁଶ ପରିବହନ ନିୟମକୁ ଖୋଲିଖୋଳି ଉଲ୍ଲଙ୍ଘନ କରୁଥିବାରୁ ବିଜେପି ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ପାଉଁଶ ପକାଇବାକୁ ସ୍ଥଗିତ ନିର୍ଦ୍ଦେଶ ଜାରି କଲା ପ୍ରଦୂଷଣ ବିଭାଗ ।

ରାଜ୍ୟ ପ୍ରଦୂଷଣ ବୋର୍ଡର ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଦୂଷଣ ଅଧିକାରୀ ଏହାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଦେବା ପରେ ରାଜ୍ୟ ପ୍ରଦୂଷଣ ବୋର୍ଡ ନଭେମ୍ବର 4 ତାରିଖରେ ବେଦାନ୍ତକୁ ଚିଠି ଲେଖି ତାଗିଦ କରିଥିଲା । ନିୟମକୁ ବେଖାତିର କରି ବର୍ଜ୍ୟ ପାଉଁଶ ପରିଚାଳନା କରୁଥିବାରୁ ଦିଆଯାଇଥିବା ପରମିଶନକୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସସପେଣ୍ଡ କରିଥିବା ଚିଠିରେ ଉଲ୍ଲେଖ ରହିଛି । ଇଏ ହେଉଛି ସେହି ଚିଠି । ଏଥିସହ 15ଦିନ ମଧ୍ୟରେ ବେଦାନ୍ତ ଅମ୍ବାପାଲି ଠାରେ ହୋଇଥିବା ବର୍ଜ୍ୟ ପାଉଁଶ ଡମ୍ପିଂର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ବଡ ପ୍ରଶ୍ନ  କାହା ସାହାସରେ ବେଦାନ୍ତ କମ୍ପାନୀ ମନମାନି ଚଲାଇ ବର୍ଷ ବର୍ଷ ଧରି ପ୍ରଦୂଷଣ ନିୟମକୁ ଉଲ୍ଲଙ୍ଘନ କରି ଏପରି ପାଉଁଶ ଚମ୍ପିଂ କରିଚାଲିଛି । ସୂଚନା ଅନୁସାରେ, ବେଦାନ୍ତ କମ୍ପାନୀରୁ ଦୈନିକ ପ୍ରାୟ ହଜାର ହଜାର ଟନ୍‌ ପାଉଁଶ ବାହାରୁଛି । ଏହାକୁ ବିନିଯୋଗ କରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଯାହାର ପରିଣାମ ଭୋଗୁଛନ୍ତି ସ୍ଥାନିୟ ବାସିନ୍ଦା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The arbitration of the Vedanta company continues | Argus News