Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାନୁଆରୀ 20 ରେ  ‘ODISHA HEALTH CONNECT SEASON 2’

Odisha

ଜାନୁଆରୀ 20 ରେ  ‘ODISHA HEALTH CONNECT SEASON 2’

Manini Pattanayak
Browse all articles by Manini Pattanayak
·2 years ago·2 min read
ଜାନୁଆରୀ 20 ରେ  ‘ODISHA HEALTH CONNECT SEASON 2’

ଭୁବନେଶ୍ୱର:  ଓଡ଼ିଶାର ଏକ ଅଗ୍ରଣୀ ଟିଭି ଚ୍ୟାନେଲ ଆର୍ଗସ୍ ନ୍ୟୁଜ୍ ଜାନୁଆରୀ 20 ରେ  ‘ODISHA HEALTH CONNECT SEASON 2’ ନାମକ ଏକ ସ୍ୱାସ୍ଥ୍ୟ କନକ୍ଲେଭ ଆୟୋଜନ କରିବ ବୋଲି ଅଧିକାରୀମାନେ କହିଛନ୍ତି।  ଏହା ଭୁବନେଶ୍ୱରର ମେଫେୟାର ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି  କାର୍ଯ୍ୟକ୍ରମରେ ଦେଶର ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିବାର  ସୂଚନା ରହିଛି। ଏହି କନକ୍ଲେଭରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହେବ।  ଏହି କିଛି ବର୍ଷ ହେଲା ବିଭିନ୍ନ କାରଣ ଯୋଗୁ ଓଡିଶାର ଲୋକମାନଙ୍କର ସ୍ୱାସ୍ଥ୍ୟ  ସ୍ଥିତିରେ ଧୀରେ ଧୀରେ ସୁଧାର ଘଟିଛି। ତଥାପି ଭୌଗୋଳିକ ଅପରାଗତା, ସାଂସ୍କୃତିକ ପ୍ରତିବନ୍ଧକ, ଲୋକଙ୍କ ଅଜ୍ଞତା, ଦାରିଦ୍ର, ସଚେତନତାର ଅଭାବ  ଯୋଗୁ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ସେମିତି ଆଶାନୁରୂପକ ଉନତ୍ତି ହୋଇ ନାହିଁ।  

 ଅର୍ଗସର ODISHA HEALTH CONNECT କନକ୍ଲେଭ୍‍ ରେ  ରାଜ୍ୟର ସ୍ବାସ୍ଥ୍ୟ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ହେବ ଆଲୋଚନା।  ଓଡ଼ିଶାର ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ଆହ୍ୱାନ ଏବଂ  ସ୍ୱାସ୍ଥ୍ୟ ସେବା କିପରି ସୁଦୃଢ ହେବ ସେନେଇ  ଏହି କନକ୍ଲେଭର  ଏକ ପ୍ରୟାସ ରହିଛି ଆଉ ରହିବ  ।  ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା କିପରି ଦୁର୍ଗମ ଅଞ୍ଚଳରେ ପହଞ୍ଚିବ, ସହଜରେ ଆଉ ସୁବିଧାରେ ସ୍ୱାସ୍ଥ୍ୟ ସେବା ଦୁର୍ଗମବାସୀ ପାଇପାରିବେ  ସେଇ ନେଇ ହେବ ଆଲୋଚନା ଆଉ ପର୍ଯ୍ୟାଲୋଚନା। ତେବେ  ସବୁଠାରୁ ରାଜ୍ୟର ବଡ ସମସ୍ୟା  ସ୍ୱଚ୍ଛ ପିଇବା ପାଣିର। ସ୍ୱଚ୍ଛ ପାଣିର ଅଭାବ ଯେଗୁଁ ଦୁଷିତ ଜଳରୁ ରୋଗ ବ୍ୟାପିବାରେ ଲାଗିଛି।    ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଉପୁଜୁଥିବା ବାଧାବିଘ୍ନ ଉପରେ ହେବ ଆଲୋଚନା ଆଉ ସମସ୍ୟାସର  ସମାଧାନ କିପରି ହେବ ସେଇନେଇ ଆଲୋଚନା କରିବେ ଉପସ୍ଥିତ ମାନ୍ୟଗନ୍ୟ  ବ୍ୟକ୍ତି।  ଚିକିତ୍ସା କ୍ଷେତ୍ରରେ କିପରି ବ୍ୟାପକ ଉନ୍ନତି ହେବ,  ଏଆଇର ବ୍ୟବହାର, ନୂତନ ଟେକନିକ୍‌ ପ୍ରୟୋଗ କରାଯିବ, ଏବଂ ରୋଗୀମାନଙ୍କ ତଥ୍ୟ କିପରି ଲିକ୍‌ ନେହବ ସେନେଇ ସ୍ୱାସ୍ଥ୍ୟସେବାରେ ସାଇବର ସିକ୍ୟୁରିଟି କୁ ଷ୍ଟ୍ରଙ୍ଗ କରାଯିବା ଉପରେ ହେବ ଆଲୋଚନା ହେବ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Argus News, a leading TV channel in Odisha, will organise a health conclave titled 'ODISHA HEALTH CONNECT SEASON 2' here on January 20. | Argus News