ନୂଆ ବିଧାୟକଙ୍କୁ ଜ୍ଞାନ ଓ ସଂସ୍କାର ଶିଖାଇଲା ବିଧାନସଭା

Key Points
- ନୂଆ ବିଧାୟକଙ୍କୁ ଜ୍ଞାନ ଓ ସଂସ୍କାର ଶିଖାଇଲା ବିଧାନସଭା
- ଭଲ ବିଧାୟକ ହେବାର ଟିପ୍ସ ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ
- କହିଲେ ହଙ୍ଗାମା କରି ଦୁଇ ମିନିଟର ହେଡ ଲାଇନ ହୁଅନ୍ତୁ ନାହିଁ
- ଲମ୍ବା କ୍ୟାରିଆର୍ ପାଇଁ ଶୃଙ୍ଖଳିତ ହୁଅନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ
- ସେପଟେ କାର୍ଯ୍ୟକ୍ରମକୁ ବିଜେଡି-କଂଗ୍ରେସ ବୟକଟ୍ ପରେ ବଢିଲା ବିବାଦ
- ବିଜେପି କହିଲା ସରକାରୀ କାର୍ଯ୍ୟକ୍ରମକୁ ବୟକଟ ନାଁରେ ରାଜନୀତି କରୁଛନ୍ତି ବିରୋଧୀ
ଅର୍ଗସ ବ୍ୟୁରୋ : ପାଠ ପଢିଲେ ସପ୍ତଦଶ ବିଧାନସଭାର ନବ ନିର୍ବାଚିତ ବିଧାୟକ । ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଜରିଆରେ ନୂଆ ବିଧାୟକ ମାନଙ୍କୁ ସଂସଦୀୟ ପରମ୍ପରା ବିଷୟରେ ତାଲିମ ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ । ବିଧାୟକ ମାନଙ୍କୁ ଟିପ୍ସ ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ହଙ୍ଗାମା କରି ଦୁଇ ମିନିଟର ହେଡ ଲାଇନ ହୁଅନ୍ତୁ ନାହିଁ । ଲମ୍ୱା କ୍ୟାରିଅର ପାଇଁ ରିସର୍ଚ୍ଚ କରନ୍ତୁ, ଶୃଙ୍ଖଳିତ ହୁଅନ୍ତୁ, କଠିନ ପରିଶ୍ରମ କରିବା ସହ ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଅଧିକ ପଢନ୍ତୁ : ବିଜେପିରେ ମିଶିଲେ ୧୫ ଜଣ ସରପଞ୍ଚ ସହ ୭ଜଣ ସମିତି ସଭ୍ୟ
ବିଧାନସଭାର କାର୍ଯ୍ୟବିଧି ଯେମିତି ପ୍ରଶ୍ନକାଳ, ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ, ପଏଣ୍ଟ ଅଫ ଅର୍ଡର, ସମ୍ବିସନ୍, କଲିଂ ଆଣ୍ଟେନସନ୍, ବିଭିନ୍ନ ବିଲ୍ ର ଆଲୋଚନାରେ ଭାଗ ନେବା, ବିଭିନ୍ନ କମିଟି ସମ୍ବଦ୍ଧରେ ବୁଝିବା, ବୁକ୍ ସର୍କୁଲାର-47 କୁ ଜାଣିବା, ତାରକା ଓ ଅଣତାରକା ପ୍ରଶ୍ନ କରିବାର ଶୈଳୀ ସହ ସଂସଦୀୟ ପରମ୍ପରା ବିଷୟରେ ବିଧାୟକ ମାନଙ୍କୁ ବୁଝାଯାଇଛି । ଯାହାକୁ ନେଇ ନବ ନିର୍ବାଚିତ ବିଧାୟକ ମାନଙ୍କ ମଧ୍ୟରେ ଭରପୁର ଉତ୍ସାହ ଦେଖିବାକୁ ମିଳିଛି ।
📱 Get Argus News App
✨ସେପଟେ ବିଧାନସଭାର ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବୟକଟ୍ କରିଛନ୍ତି ବିଜେଡି ଓ କଂଗ୍ରେସ । ବିଜେଡି ଏହି କାର୍ଯ୍ୟକ୍ରମକୁ ବୟକଟ କରି ନଜ ଦଳୀୟ ବିଧାୟକଙ୍କ ପାଇଁ 25 ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବୋଲି ଘୋଷଣା କରିଛି । ଯାହାର ଜବାବରେ ବିଜେପି କହିଛି ସ୍କୁଲ ରେ ପାଠ ପଢ଼ିଲେ ସାର୍ଟିଫିକେଟ ମିଳେ ଟିଉସନ ରି ପଢ଼ିଲେ ସାର୍ଟି ଫିକେଟ ମିଳେନି । ସେଠି ଟିଉସନ କରୁଛି କିଏ ଲୋକେ ଜାଣିଛନ୍ତି । ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆସନ୍ତା କାଲି ମଧ୍ୟ ଚାଲିବ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଯୋଗଦେଇ ନବ ନିର୍ବାଚିତ ବିଧାୟକ ମାନଙ୍କୁ ତାଲିମ ଦେବେ ।