|
logo
Live

Argus News - ଶିଶୁପୁତ୍ରର ନାଁ 'ବାତ୍ୟା'

Odisha

ଶିଶୁପୁତ୍ରର ନାଁ 'ବାତ୍ୟା'

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶିଶୁପୁତ୍ରର ନାଁ 'ବାତ୍ୟା'

ଅର୍ଗସ ବ୍ୟୁରୋ:  ଶିଶୁପୁତ୍ରର ନା ବାତ୍ୟା। ବାତ୍ୟା ସମୟରେ ଜନ୍ମ ହୋଇଥିବାରୁ ଦିଆଯାଇଛି ଏପରି ନା। ବାହାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବାତ୍ୟା ଲ୍ୟାଣ୍ଡଫଲ  ହେଉଥିବାବେଳେ ମେଡିକାଲରେ ଜନ୍ମ ନେଲେ ଅନେକ ଶିଶୁ। କେନ୍ଦ୍ରାପଡାରେ ତାଣ୍ଡବ ଚରିଲା ବାତ୍ୟା ଦାନା। ଯାହାର ପ୍ରଭାବରେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି କେନ୍ଦ୍ରାପଡାରେ। କେନ୍ଦ୍ରାପଡାର ହବାଳି ଖଟି ନେଚର କ୍ୟାମ୍ପ ନିକଟରେ ରାତି 12ଟା 5 ମିନିଟ୍ ରେ ସ୍ଥଳଭାଗ ଛୁଇଁଥିଲା ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍ ପରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ତାଣ୍ଡବ ରଚିଥିଲା ବାତ୍ୟା । ତୁହାକୁ ତୁହା ପବନ ସହ ଲଗାଣ ବର୍ଷାରୁ ବେହାଲ ହେଲା ସ୍ଥିତି । କେଉଁଠି ଉଡିଛି ଆଜବେଷ୍ଟସ୍ ତ କେଉଁଠି ଉପୁଡି ପଡିଛି ଗଛ । ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ହୋଇଛି ।

ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ର ଯିବାକୁ ବ୍ୟସ୍ତ ହେଉଥିଲେ କିଛି ପରିବାର। ବାହାରେ ତୁହାକୁତୁହା ବର୍ଷା ସାଙ୍ଗକୁ ପବନ ବହୁଥିବାବେଳେ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ୨୧ ଜଣ ଗର୍ଭବତୀ ମହିଳା ଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା। ବାତ୍ୟା ସମୟରେ ଜନ୍ମଗ୍ରହଣ କରିଥିଲେ ଅନେକ ଶିଶୁ। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ପୁତ୍ରର ନାମ ବାତ୍ୟା ରଖିଛନ୍ତି ପରିବାର ଲୋକେ। ୩ ମହିଳା ନବଜାତ ଶିଶୁଙ୍କୁ ଜନ୍ମ ଦେଇଥିବା ଜଣାପଡିଛି । ଉଭୟ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି।   ଏହାସହ ଗତକାଲି ବାତ୍ୟା ସମୟରେ ମୋଟ ୫୮ ଜଣ ଶିଶୁ ଜନ୍ମ ଗ୍ରହଣ କରି ଛନ୍ତି। ତେବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ଜାରି ରହିଛି ବାତ୍ୟା ଦାନାର ପ୍ରଭାବ । ଚାନ୍ଦବାଲିରେ ଘଣ୍ଟାପ୍ରତି ୮୨ କିମି ବେଗରେ ବହିଲା ପବନ । ଚାନ୍ଦବାଲିରେର ସର୍ବାଧିକ ୧୩୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପାରାଦୀପରେ ୫୮.୩ ମିଲିମିଟର ଓ  ବାଲେଶ୍ବରର ୪୨.୮ ମିମି ବର୍ଷା ରେକର୍ଡ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
ଶିଶୁପୁତ୍ରର ନାଁ 'ବାତ୍ୟା' | Argus News