ଶ୍ରମିକଙ୍କ ପେଟରେ ପଶିଲା ବାଉଁଶ
·1 year ago

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି କାରଖାନାରେ ସୁରକ୍ଷା ଅଭାବରୁ ବଡ ଅଘଟଣ । କାର୍ଯ୍ୟ କରୁଥିବା ସମୟରେ ଶ୍ରମିକ ପେଟରେ ପସି ଯାଇଛି ବାଉଁଶ I ସୂଚନା ଯେ, ସାନତ୍ରିବିଡା ଗାଁର ଲିପୁ ଭୁତିଆ ଏନଟିପିସି ରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ପେଟରେ ଏକ ବାଉଁଶ ପଶିଯାଇଛି I
ଫଳରେ ଗୁରୁତର ଅବସ୍ଥାରେ ଏନଟିପିସି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏକ ଘୋରଇ ମେଡିକାଲକୁ ସ୍ଥାନାସ୍ତରିତ କରାଯାଇଛି । ଏବେ ମଧ୍ୟ ତାଙ୍କ ପେଟରେ ବାଉଁଶ ଟି ପସିରହିଛି I ଏନଟିପିସି ରେ ବାରମ୍ବାର ଅଘଟଣ ଘଟୁଥିବା ବେଳେ ସୁରକ୍ଷାକୁ ନେଇ ଚିନ୍ତାରେ କର୍ମଚାରୀ ଓ ଶ୍ରମିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: