Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୌଳିକ ସମସ୍ୟାରେ ଜୁଝି ହେଉଛନ୍ତି ଗ୍ରାମବାସୀ, ଗାଁରେ ପ୍ରଶାସନର ପାଦ ପଡ଼ିନାହିଁ

Odisha

ମୌଳିକ ସମସ୍ୟାରେ ଜୁଝି ହେଉଛନ୍ତି ଗ୍ରାମବାସୀ, ଗାଁରେ ପ୍ରଶାସନର ପାଦ ପଡ଼ିନାହିଁ

Ritu Das
Browse all articles by Ritu Das
·2 years ago·2 min read
ମୌଳିକ ସମସ୍ୟାରେ ଜୁଝି ହେଉଛନ୍ତି ଗ୍ରାମବାସୀ, ଗାଁରେ ପ୍ରଶାସନର ପାଦ ପଡ଼ିନାହିଁ

ଅର୍ଗସ ବ୍ୟୁରୋ:  ବିକାଶର ବାସ୍ତବ ଚିତ୍ର ଆପଣଙ୍କ ସାମନା ରେ। ଦୀର୍ଘ ବର୍ଷ ର ସ୍ଵାଧୀନତା ପରେ ବି ଆଜି ନିଜ ମୌଳିକ ସମସ୍ୟାରେ ଜୁଝି ହେଉଛନ୍ତି ଅଞ୍ଚଳବାସୀ। ଆମ ରାଜ୍ୟରେ ଦୀର୍ଘ 23 ବର୍ଷର ସ୍ଥିର ସରକାର , ତଥାପି ବିକାଶ ଏଠି ବାଟବଣା।  ଗାଁରେ ରାସ୍ତା , ପାନୀୟ ଜଳ, ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ମୌଳିକ ସମସ୍ୟା ଲୋକଙ୍କୁ କଲବଲ କରୁଛି । ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉନାହିଁ  । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ମେରିକୋଟ ପଞ୍ଚାୟତ ର ଗୁନାଖାଲ ଗାଁ ବିଷୟରେ। ଗାଁ ନାମ ଯେମିତି ଗାଁର ରାସ୍ତା ସେମିତି ଖାଲି ଖାଲ ଖାଲ । ସୋରଡା ବ୍ଲକ ସଦର ମହକୁମା ରୁ ପାଖାପାଖି 30 କିଲୋ ମିଟର ଦୂରରେ ଏହି ଗାଁ। ଗ୍ରାମରେ 120 ପରିବାର ବସବାସ କରନ୍ତି। ରାତି ହେଲେ ଗାଁକୁ ବିପଦ ଆସେ। ସନ୍ଧ୍ୟା ସାତଟା ହେଲା ବେଳକୁ ଘରେ ଲୋକେ ଖାଇ ପିଇ ବିଶ୍ରାମ ନିଅନ୍ତି। ଗାଁଟି ସମ୍ପୂର୍ଣ୍ଣ ଭାବେ ପାହାଡ଼, ପର୍ବତ ପାଦ ଦେଶରେ ଅବସ୍ଥିତ। 

ଦିନ ବେଳେ ରାସ୍ତାରେ ଚାଲିଯିବା ଏତେ କଷ୍ଟ ଓ ରାତି କଥା ନ କହିବା ଭଲ ହେବ। ଗାଁକୁ ଏ ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ବି ସଂଯୋଗ ହୋଇ ନାହିଁ, ବିଲ ହିଡ଼ ଉପରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। କଲେଜକୁ ଦୀର୍ଘ 5 କିଲୋ ମିଟର ଜଙ୍ଗଲ ରାସ୍ତା, ଖାଲ ଢିପ ବିଲ ଓ ଦୁଇଟି କେନାଲ୍ ରାସ୍ତା ଦେଇ ଯିବା ଆସିବା କରନ୍ତି। ବର୍ଷା ଦିନ କେନାଲରେ ପାଣି ଆସିଲେ କଲେଜ ଯିବା ବନ୍ଦ । ଗାଁକୁ କରେଣ୍ଟ ସଂଯୋଗ ହୋଇଛି, ହେଲେ କେତେବେଳେ ରହୁଛି କେତେବେଳେ ନାହିଁ। ଗାଁ କୁ ଆମ୍ବୁଲାନ୍ସ ସେବା ସାତ ସପନ।  ଗୁରୁତର ରୋଗୀ ହେଉ କି କୌଣସି ଗର୍ଭବତୀ ମା ମାନଙ୍କୁ ଖଟିଆରେ ଭାର କରି ନିଆ ଯାଏ କିନ୍ତୁ ସେମାନେ ରାସ୍ତାରେ ହିଁ ମରି ଯାଆନ୍ତି । 

ଥରେ ଦେଖନ୍ତୁ ରାଜ୍ୟ ସରକାରଙ୍କ ବିକାଶ ର ବାସ୍ତବ ଚିତ୍ରକୁ। ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଫେଲ୍ ମାରିଛି।  ଗ୍ରାମରେ ଲାଗିଛି ବସୁଧା ଯୋଜନା ଫଳକ କିନ୍ତୁ କାମ ସୁନ। ନାମକୁ ମାତ୍ର ଲାଗିଛି ଫଳକ କିନ୍ତୁ ଯୋଜନା କାହିଁ । ଗ୍ରାମରେ ଅଛି ଗୋଟିଏ  ନଳକୂପ  ।  କେବଳ କେନାଲ ରେ ଗାତ ଖୋଳି ଚୁଆ କରିଛନ୍ତି , ଯାହାକି ଗାଁ ଲୋକ ଙ୍କ ପାଇଁ ସାହା ଭରଷା ପାଲଟିଛି। 120 ଟି ଆଦିବାସୀ ପରିବାର ଏହି ଭଳି ପାନୀୟ ଜଳ ସଂଗ୍ରହ କରୁଛନ୍ତି ହେଲେ ଗୁହାରୀ କଲେବି ଶୁଣିବାକୁ କେହିନାହିଁ। ଏ ପର୍ଯ୍ୟନ୍ତ ଗାଁରେ ସ୍ଥାନୀୟ ପ୍ରଶାସନର ପାଦ ପଡ଼ି ନାହିଁ। ଚୁଆ ପାଣି ପିଇବା ଛଡ଼ା ଅନ୍ୟ ଉପାୟ ଆଉନାହିଁ। ଖରାଦିନେ ନଳକୂପ କଥା କହିଲେ ନ ସରେ । ପାଣି ପାଇଁ ଯିବାକୁ ପଡୁଛି ଏକ କିଲୋମିଟର । କେନାଲ ପାଣି ବ୍ୟବହାର କରି ଦେହ ଖରାପ ହୋଇଥିବା କହିଛନ୍ତି ଗ୍ରାମ ଲୋକ । ଗ୍ରାମବାସୀ କହିବା ଅନୁସାରେ କେବଳ ନିର୍ବାଚନ ଆସିଲେ ହିଁ ନେତା ମନ୍ତ୍ରୀଙ୍କ ଗାଁ କଥା ମନେ ପଡେ। ନିବର୍ଚନ ପରେ ପଚାରେ କିଏ । ଏଥି ପାଇଁ ଚଳିତ ବର୍ଷ ନିର୍ବାଚନରେ ଭୋଟ ବର୍ଜନ କରିବେ କହିଛନ୍ତି ଗ୍ରାମବାସୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Painting
Sponsored
The basic problem | Argus News