Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଘର ପିଣ୍ଢାରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ରାମ୍ପିଲା ଭାଲୁ 

Odisha

 ଘର ପିଣ୍ଢାରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ରାମ୍ପିଲା ଭାଲୁ 

Manini Pattanayak
Browse all articles by Manini Pattanayak
·2 years ago
 ଘର ପିଣ୍ଢାରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ରାମ୍ପିଲା ଭାଲୁ 

ଢେଙ୍କାନାଳ:  ଘର ପିଣ୍ଢାରେ ଶୋଇଥିବା ବେଳେ ମୁହଁକୁ ରାମ୍ପିଲା ଭାଲୁ। ଘଟଣା ଘଟିଛି ଭୁବନ ବନବିଭାଗ ଅନ୍ତର୍ଗତ ବାଲିବୋ ପଞ୍ଚାୟତ କାନଖାଇ ଗ୍ରାମ ଦେହୁରୀ ସାହିରେ। ଘଟଣାରୁ ପ୍ରକାଶ ନିଜ ଘର ପିଣ୍ଢାରେ ୬୫ବର୍ଷର ବୃଦ୍ଧା ଓଷା ଦେହୁରୀ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ଭାଲୁଟି ବୃଦ୍ଧାଙ୍କୁ ଧରିପକାଇ ବାରୁ ସେ ପାଟି କରିଥିଲେ।

ଘରଲୋକ ମାନେ ହୋହାଲ୍ଲା କରିବାରୁ ଭାଲୁଟି ବୃଦ୍ଧାଙ୍କ ମୁହିଁକୁ ରାମ୍ପିଦେଇ ଚାଲିଗଲା। ତେବେ ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ବୃଦ୍ଧାଙ୍କ ଚିକିତ୍ସା ପରେ ସେ ଘରକୁ ଯାଇଛନ୍ତି। ଏପଟେ ଜନବସତି ମଧ୍ୟରେ ଭାଲୁ ବୁଲିବାକୁ ନେଇ ଅଞ୍ଚଳବାସୀ ଦିର୍ଘ ଦୁଇମାସ ହେଲା ଭୟଭିତ ଅବସ୍ଥାରେ ଥିବା ଜଣା ଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The bear scratched his face while sleeping on the old women face | Argus News