Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁଭଦ୍ରା ଯୋଜନାରେ ଖୁବଶୀଘ୍ର ଯୋଡିହେବେ ବାଦ ପଡିଥିବା ହିତାଧିକାରୀ

Odisha

ସୁଭଦ୍ରା ଯୋଜନାରେ ଖୁବଶୀଘ୍ର ଯୋଡିହେବେ ବାଦ ପଡିଥିବା ହିତାଧିକାରୀ

Ritu Das
Browse all articles by Ritu Das
·1 year ago·1 min read
ସୁଭଦ୍ରା ଯୋଜନାରେ ଖୁବଶୀଘ୍ର ଯୋଡିହେବେ ବାଦ ପଡିଥିବା ହିତାଧିକାରୀ

ଅର୍ଗସ ବ୍ୟୁରୋ: ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି କଟିଯାଇଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ପୁଣି ପ୍ରସ୍ତୁତ ହେବ ସୁଭଦ୍ରା ଗାଇଡଲାଇନ। କଟି ଯାଇଥିବା ହିତାଧିକାରୀ ପୁଣି ହେବେ ସାମିଲ। କେଉଁ ଆଧାରରେ କଟାଗଲା ତାର ଭେରିଫିକେସନ କରାଯିବ। ପ୍ରଥମ କିସ୍ତିର ଦୁଇଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଥିବାବେଳେ ତୃତୀୟ ପର୍ଯ୍ୟାୟର ଟଙ୍କା ଆସିବା ପୂର୍ବରୁ ରାଜ୍ୟ ନେଇଛନ୍ତି ବଡ ନିଷ୍ପତ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

ବର୍ତ୍ତମାନ ସମୟରେ ଏକ କୋଟିରୁ ଅଧିକ ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଥିବା ବେଳେ ଦୁଇ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଥିବା ଜଣା ପଡ଼ିଛି। ସେମାନେ କିଭଳି ସୁଭଦ୍ରା ଯୋଜନାରେ ସାମିଲ ହେବେ ସେନେଇ ତର୍ଜମା କରାଯାଉଛି। ଯୋଗ୍ୟତା ଥାଇ ଆବେଦନ କରି ଯେଉଁମାନେ କଟି ଯାଇଛନ୍ତି, କେଉଁ ଆଧାରରେ ସେମାନେ କଟିଛନ୍ତି, ତାର ତର୍ଜମା ହେବ। 

ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ଦୁଇଟି ପର୍ଯ୍ୟାୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଚି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀ ଟଙ୍କା ପାଇଛନ୍ତି। ସେହିପରି ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଏପରି ସମୟରେ ଅନେକ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବା ଆଶାରେ। ସେହିପରି ରାଜ୍ୟରେ ୭୩ ହଜାରରୁ ଅଧିକ ଅଙ୍ଗନବାଡି କାର୍ଯ୍ୟରତ ଥିବାବେଳେ ଏମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
The beneficiaries | Argus News