Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଡେରାପକାଉଥିଲେ ବଡ ନେତା, ରାତି ରାତି ରହୁଥିଲେ ଅଭିନେତ୍ରୀ

Odisha

ଡେରାପକାଉଥିଲେ ବଡ ନେତା, ରାତି ରାତି ରହୁଥିଲେ ଅଭିନେତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଡେରାପକାଉଥିଲେ ବଡ ନେତା, ରାତି ରାତି ରହୁଥିଲେ ଅଭିନେତ୍ରୀ

ଅର୍ଗସ ବ୍ୟୁରୋ: ଧ୍ରୁବଙ୍କ ସ୍ବାଦରେ ବିଜେଡି ସରକାରର ମନ୍ତ୍ରୀ ନେତା କରୁଥିଲେ କ୍ୟାମ୍ପ। ନିର୍ବାଚନ ବେଳେ ରିତିମତ ଯାଉଥିଲେ ବଡ ନେତା। (କେତେବେଳେ ପ୍ରତାପ ଦେବ ତ ପୁଣି କେତେବେଳେ ପ୍ରତାପ ଜେନା) ଫଟୋ ଆସିବ । ଏଠି  ରାତି କାଟୁଥିଲେ ଅଭିନେତ୍ରୀ। ଲୋକଙ୍କ ଅଭିଯୋଗ, ବଲେ ବଲେ କେଳେଙ୍କାରୀରେ ଥିବା ଅଭିନେତ୍ରୀ ବି ଡେରା ପକାଉଥିଲେ ଧ୍ରୁବଙ୍କ ସ୍ବାଦରେ। ସରକାରୀ ଜମି, ଜଙ୍ଗଲ ଜମି,  ଗୋଚର ଜମି, ସ୍କୁଲ ଖେଳପଡିଆ ଗାଁ ଶ୍ମଶାନ। ସବୁ ଜମି ଉପରେ ଧ୍ରୁବଙ୍କ ଲୋଲୁପ ଦୃଷ୍ଟି। ଖାଲି ଆଖି ପକାଇ ନାହାଁନ୍ତି। ଜବର ଦଖଲ କରି କରିଛନ୍ତି ଆଲିଶାନ  ସ୍ଦାଦ ହୋଟଲ ।

ଏ ହେଉଛି ଧ୍ରୁବଙ୍କ ସ୍ବାଦ।  ବିଧାୟକ ଭାବେ ନିଜ କ୍ଷମତାର ଦୁରୁପଯୋଗ କରି  ଦେଢ ଏକର ଜଙ୍ଗଲ ଜମିରେ ଧ୍ରୁବ ଠିଆକରିଛନ୍ତି ହୋଟେଲ ଓ ରେଷ୍ଟୁରାଣ୍ଟ। ଏ ନେଇ ଖବର  ପ୍ରସାରଣ ପରେ  ଆଜି ବାହାର ଗେଟରେ  ପଡିଛି ତାଲା। ଖୋଲି ନିଆଯାଇଛି ସିସିଟିଭି।  ଭିତର କନିକା ଭିତରେ ଲୋକଙ୍କୁ ବୁଲାଇବାକୁ ବେଟରୀ ଗାଡିର ବ୍ୟବସ୍ଥା ବି  ଅଛି। ସରକାରୀ କାଗଜ ପତ୍ର କହୁଛି  ରାଜନଗର ଭିତରକନିକା ନିକଟ ବାଙ୍କୁଆଳରେ  24 ଡିସମଲ ଜମି ସୂର୍ଯ୍ୟଲେଙ୍କାଙ୍କ ନାଁରେ ରହିଛି। ଲୋକଙ୍କ ଅଭିଯୋଗ ଏ ଘରୋଇ ଜମିକୁ ଲାଗି ଉତ୍ତରରେ ଥିବା ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ କରିଛନ୍ତି ଧ୍ରୁବ ସାହୁ। ନାଁ ସୂର୍ଯ୍ୟଙ୍କର ହେଲେ କାମ ଧ୍ରୁବଙ୍କର। ଦକ୍ଷିଣ ପଟରେ ଥିବା  ସ୍କୁଲ ଖେଳପଡିଆର 6 ଡିସମିଲ ଜମିକୁ ବି ନେଇଛନ୍ତି ନିଜ କବଜାକୁ। କେବଳ ଏତିକୁ ନୁହେଁ  ଗାଁ ଲୋକଙ୍କ ଶ୍ମସାନ ଜମି ବି ବାଦ ପଡିନି ଧ୍ରୁବଙ୍କ ଲୋଲୁପ ଦୃଷ୍ଟିର। ଯାହାର ପ୍ରତିବାଦ କରି ଧ୍ରବୁଙ୍କ ସ୍ବାଦ ହୋଟେଲ ଆଗରେ ବିକ୍ଷୋଭ କରିଛନ୍ତି ଗାଁ ଲୋକେ।

10 ବର୍ଷ ଧରି ରାଜନଗରର ବିଧାୟକ ଅଛନ୍ତି ଧ୍ରୁବ ସାହୁ। ନଜି ପ୍ରଭାବ ଓ କ୍ଷମତା ବଳରେ  ଧ୍ରୁବ ଜଙ୍ଗଲ ଜମି ଜବର ଦଖଲ କରିଥିଲେ ବି ଏଠିଚୁପ ଜିଲ୍ଲା ପ୍ରଶାସନ। ଚୁପ ବନବିଭାଗ। କ୍ୟାମେରା ଦେଖି ସମସ୍ତଙ୍କ ମୁହଁରେ ତୁଣ୍ଡି । ଧ୍ରୁବଙ୍କ ଜମି ଜବର ଦଖଲ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଛି। କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ଜିଲ୍ଲାପାଳ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି। ହେଲେ  ପ୍ରଶ୍ନ କେଉଁ  ଅଦୃଶ୍ୟ ଶକ୍ତିର ଚାପରେ ସମସ୍ତେ ଚୁପ। ଦଳର ମୁଖିଆ କହିବେ କି କେଉଁ ଜନସ୍ବାର୍ଥ ପାଇଁ  ଜଙ୍ଗଲ ଜମି ଜବର ଦଖଲ କରିଛନ୍ତି ତାଙ୍କ ବିଧାୟକ। କାହିଁକି ଚୁପ ନବୀନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The big leader was rowing, the actress was living night and night | Argus News