Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୋଡ଼ା ଫ୍ଲାଏ ଓଭରର ସ୍ଥାୟୀତ୍ବକୁ ନେଇ ବଡ଼ ପ୍ରଶ୍ନ

Ritu Das
Browse all articles by Ritu Das
·1 year ago·2 min read
ଯୋଡ଼ା ଫ୍ଲାଏ ଓଭରର ସ୍ଥାୟୀତ୍ବକୁ ନେଇ ବଡ଼ ପ୍ରଶ୍ନ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଯୋଡ଼ା ସହରରେ ନିର୍ମିତ ଇଏ ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର। ସହରରେ ଭାରୀ ଯାନ ଚଳାଚଳ ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୀର୍ଘ ୨.୯୮ କି.ମି. ଲମ୍ବର ୩ ଲେନ୍ ବିଶିଷ୍ଟ ଏହି ଫ୍ଲାଏ ଓଭର ନିର୍ମାଣ କରାଗଲା । ଏଥିପାଇଁ ଡିଏମଏଫ୍ ବା ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଥିଲା ପ୍ରାୟ ୨୫୦ କୋଟି ଟଙ୍କା । ନିର୍ମାଣ କାମ ସରିନଥିଲା, ତରବରିଆ ଭାବେ ଏହାର ଉଦଘାଟନ କରିଥିଲେ ବିଜେଡି ସରକାର। ଗତ ମାର୍ଚ୍ଚ ୧୧ରେ ଭର୍ଚୁଆଲ ମାଧ୍ୟମରେ ଯୋଡ଼ା ଫ୍ଲାଏ ଓଭରର ଲୋକାର୍ପଣ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏ ଯାଏଁ ବି ସରିନାହିଁ ଆନୁଷଙ୍ଗିକ କାର୍ଯ୍ୟ। କିନ୍ତୁ ଉଦଘାଟନର ୬ ମାସ ନପୁରୁଣୁ ବିପଜ୍ଜନକ ପାଲଟିଛି ଏ ଫ୍ଲାଏ ଓଭର। ଜୁଲାଇ ମାସରେ କେତେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ରିଟେନିଂ ୱାଲରୁ କଂକ୍ରିଟ ଖସିଥିଲା। ମାସକ ପରେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି ।  ଫଳରେ ପୋଲର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

ଯୋଡ଼ା ରଣାଶାଳଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ନିର୍ମିତ ଏହି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଓଡିଶା ସେତୁ ନିର୍ମାଣ ନିଗମ (ଓବିସିସି) ହାତକୁ ନେଇଥିବା ବେଳେ ଏହା ଗୁଜୁରାଟର ଚେଭରକ୍ସ ନାମକ କମ୍ପାନୀକୁ ଠିକା ମିଳିଥିଲା। ଫ୍ଲାଏ ଓଭର ଭାର ବହନ କ୍ଷମତା ୪୦୦ ମେଟ୍ରିକ ଟନ୍, ଅତି କମରେ ଶହେ ବର୍ଷ ଧରି ଏହା ସେବା ଯୋଗାଇବ ବୋଲି ଦାବି କରିଥିଲା ନିର୍ମାଣକାରୀ ସଂସ୍ଥା । କିନ୍ତୁ 6 ମାସ ଭିତରେ ଏକ ନମ୍ବର ପିଲର ଉପରେ ଫାଟ ଦେଖାଦେଇଛି । ସେହି ସ୍ଥାନ ସଂଲଗ୍ନ ରିଟେନିଂ ୱାଲରେ ବି ଦେଖାଯାଉଛି ବଡ଼ ଫାଟ। ଏହି ପୋଲ କାମରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖଣି ଦ୍ବାରା ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ୨୦୧୫ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବା ଡିଏମଏଫ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ମୋଦି ସରକାର। ଦେଶର ୨୩ ଟି ରାଜ୍ୟର ୬୪୫ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଛି । ଯାଜପୁର ଓ କେନ୍ଦୁଝର ଭଳି ଆମ ରାଜ୍ୟର ଖଣିଜ ବହୁଳ ଜିଲ୍ଲାରେ ବିଜେଡି ଶାସନରେ କେମିତି ଡିଏମଏଫ୍ କେଳେଙ୍କାରୀ ହୋଇଛି ଏ ପୋଲ ହେଉଛି ତାର ଆଉ ଏକ ପ୍ରମାଣ। ପୁଣି କେନ୍ଦୁଝର ଜିଲ୍ଲାରେ ୭ ବର୍ଷରେ ଡିଏମଏଫ୍ ପାଣ୍ଠିରୁ ବେଆଇନ ଭାବେ ଖର୍ଚ୍ଚ କରାଯାଇଛି ୩୪ କୋଟି ଟଙ୍କା। ସେପଟେ ବିଜେଡି ଶାସନର ଶେଷ ୯ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ଯାଜପୁରରେ ୬ ହଜାର 400ଟି ପ୍ରକଳ୍ପ ପାଇଁ 2855 କୋଟି ଟଙ୍କା ମଞ୍ଜୁର ହୋଇଛି, ଏଥିରୁ ୧୫ ଶହ 36 କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । କିନ୍ତୁ ସୁକିନ୍ଦା ଖଣି ପ୍ରଭଵିତ ଅଞ୍ଚଳବାସୀ ଯେମିତିକୁ ସେମିତି କଲବଲ ହେଉଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The big question | Argus News