Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାସ୍ତା କଡକୁ ଖସିଲା ବାଇକ , ଚାଳକ ମୃତ

Odisha

ରାସ୍ତା କଡକୁ ଖସିଲା ବାଇକ , ଚାଳକ ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାସ୍ତା କଡକୁ ଖସିଲା ବାଇକ , ଚାଳକ ମୃତ

ବାଲେଶ୍ବର : ଭୋଜି ଖାଇ ବାଇକ ରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବାଇକ । ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୁଡିଆଂ ଛକ ରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ ରୂପ୍ସା ଥାନା ଅନ୍ତର୍ଗତ ଆଙ୍କୋ ଅଞ୍ଚଳର ଦୁଇ ଜଣ ଯୁବକ ପଞ୍ଚୁପାଲି ଗ୍ରାମରୁ ଭୋଜି ଖାଇ ବିଳମ୍ବିତ ରାତି ରେ ବାଇକରେ ଘରକୁ ଫେରୁଥିବା ବେଳେ ବୁଡିଆଂ ଛକ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା ।

ଅଧିକ ପଢନ୍ତୁ : ଦୁଇ ବାଇକ ଦୁର୍ଘଟଣା, ଜଣେ ମୃତ

ବାଇକର ପଛରେ ବସିଥିବା ଯୁବକ ଜଣକ ମୁଣ୍ତରେ ଗଭୀର ଆଘାତ ଲାଗିବା ଯୋଗୁ ପ୍ରବଳ ରକ୍ତସ୍ରାବ ହୋଇ ଆହତ ହୋଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକେ ପହଞ୍ଚି ସିଂଲା ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇବା ସହ ଘଟଣାର ତଦନ୍ତ କରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The bike fell to the side of the road, the rider died | Argus News