Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଛରେ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ

Ritu Das
Browse all articles by Ritu Das
·1 year ago
ଗଛରେ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ

Key Points


 

ଅର୍ଗସ ବ୍ୟୁରୋ: ଗଛରେ ପିଟି ହୋଇ ବାଇକ ଚାଳକ ମୃତ । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଡ଼ାଲଡବା ଗାଁର ବିକାଶ ଜଗଦଲା । ଗତ ବିଳମ୍ବିତ ରାତିରେ କୋଟସମଲେଇ ପଟରୁ OD ୧୫ S ୭୫୭୯ ନମ୍ବର ବିଶିଷ୍ଟ ଏକ ବାଇକରେ ତାଙ୍କ ଘରକୁ ଫେରୁଥିବା ବେଳେ ଗଇଲଗୁଡି ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ପିଟି ହୋଇଥିଲେ । 

ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଠାରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The biker's life | Argus News