Videos
|
Odisha

ଉଗ୍ର ହେଉଛି ବିଜେଡି ବିବାଦ: ନା ରହୁଛି ଶୃଙ୍ଖଳା, ନା ରହୁଛି ନେତୃତ୍ୱକୁ ଡ଼ର

Ritu Das
Browse all articles by Ritu Das
·1 year ago·1 min read
ଉଗ୍ର ହେଉଛି ବିଜେଡି ବିବାଦ: ନା ରହୁଛି ଶୃଙ୍ଖଳା, ନା ରହୁଛି ନେତୃତ୍ୱକୁ ଡ଼ର

ଅର୍ଗସ ବ୍ୟୁରୋ: ବିଜେଡିରେ ନାହିଁ ସବୁ କିଛି ଠିକ୍ ଠାକ୍..ନେତାଙ୍କ ଭିତରେ ବିବାଦ ବଢୁଛି...ହେଲେ ଯିଏ ମୁଁହ ଖୋଲି କହୁଛି ତାକୁ ଦଳ ଦୁରେଇ ଦଉଛି..ବିଜେଡିର ସଦସ୍ୟତା ନ ନେଇ ଦଳ ସହ ସବୁ ସମ୍ପର୍କ ଛିନ୍ନ କରିବା ପରେ ପୁଣି ଆଜି ବିଷୋଦଗାର କରିଛନ୍ତି ବଡ଼ଚଣା ପୂର୍ବତନ ବିଧାୟକ ଅମର ଶତପଥୀ..ବିଜେଡି କୁ ସଜାଡ଼ିବା ପାଇଁ ମୋର ମତ ସହ ବହୁ ବିଜେଡି ବନ୍ଧୁ ଏକମତ ଥିଲେ... ଏପରିକି ବାହାରେ ପରି ପ୍ରକାଶ କରି ନ ପାରିଲେ ବି ପ୍ରାଇଭେଟ ରେ ମୋ ସହ ଆଲୋଚନା କରିଛନ୍ତି ବୋଲି ବୋଲି କହିଛନ୍ତି ଅମର.. ସେପଟେ ବିଜେଡି ଶାସନ ରୁ ଯିବା ପାଇଁ ପାଣ୍ଡିଆନ ହିଁ ଦାୟୀ ଓ ଯେ ପର୍ଯନ୍ତ ପାଣ୍ଡିଆନ ଥିବେ ବିଜେଡି ଆସିବ ନାହିଁ ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

ସେପଟେ ବିଜେଡି ରେ ନେତା ଙ୍କ ଭିତରେ ବୟାନ ବାଜି ଉଗ୍ର ରୂପ ନେବା ରେ ଲାଗିଛି..କାରଣ ଦର୍ଶାଅ ନୋଟିସ ର ଉତ୍ତର ଦେବା ପରେ ନା ନନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କୁ ଟାର୍ଗେଟ କରିଛନ୍ତି ଦୁଇ ବିଜେଡି କର୍ପୋରେଟର। ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ କରିବାକୁ ଦାବୀ କରିଛନ୍ତି ଅମରେଶ ଓ ବିରଞ୍ଚି। ତେବେଅଭିଯୋଗ ର ସିଧା ଜବାବ ଦେଇ ନ ଥିଲେ ବି ହାଇ କମାଣ୍ଡ ସବୁ ନିଷ୍ପତି ନେବେ ବୋଲି କହିଛନ୍ତି ବିଧାୟକ ଅନନ୍ତ ଜେନା..

ପୂର୍ବରୁ ପାଣ୍ଡିଆନ ଙ୍କ ହାତ ରେ ଥିଲା ବିଜେଡି ର ସବୁ କମାଣ୍ଡ। ଏପରିକି ତୃତୀୟ ମହଲାରୁ ପାଣ୍ଡିଆନ ଓ କୁଟ୍ଟେ  ନେତାଙ୍କୁ ଧମକାଉଥିବା ଅଭିଯୋଗ ହେଉଥିଲା। ଏବେ ନେତା ଙ୍କ ବୟାନ ବାଜି ଉଗ୍ର ରୂପ ନେଉଥିବା ବେଳେ ସୁପ୍ରିମୋ ଙ୍କ ହାତ ରୁ କମାଣ୍ଡ ଖସୁଥିବା ଚର୍ଚ୍ଚା ହେଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

The BJD conflict is | Argus News