Videos
|
Odisha

ଭିତ୍ତିଭୂମି ନସଜାଡ଼ି ମିଛ ପ୍ରଚାରରେ ବ୍ୟସ୍ତ ବିଜେଡି ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
ଭିତ୍ତିଭୂମି ନସଜାଡ଼ି ମିଛ ପ୍ରଚାରରେ ବ୍ୟସ୍ତ ବିଜେଡି ସରକାର

ଭୁବନେଶ୍ୱର: ରାସ୍ତା ଅଭାବରୁ ଯାଇପାରୁନି ଆମ୍ବୁଲାନ୍ସ । ଡାକ୍ତର ଅଭାବରୁ ହୋଇପାରୁନି ଚିକିତ୍ସା । BSKY କାର୍ଡ ଥାଇ ବି ପୁରା ବେକାର । ଭିତ୍ତିଭୂମି ନସଜାଡ଼ି ମିଛ ପ୍ରଚାରରେ ବ୍ୟସ୍ତ ବିଜେଡି ସରକାର । ସମ୍ବଲପୁର ଜିଲ୍ଲା ରେଢାଖୋଲରେ ସାମ୍ନାକୁ ଆସିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବାସ୍ତବତା । କାର୍ଡ ଥାଇ ବି ରୋଗୀ ଓ ପରିବାର ହେଉଛନ୍ତି ହୀନସ୍ତା । କାହିଁକି ନିରବ 24 ବର୍ଷର ମୁଖ୍ୟମନ୍ତ୍ରୀ ? ।   ଏ ଦୃଶ୍ୟ ବେଶୀ ପୁରୁଣା ନୁହେଁ । ଚଳିତମାସରେ ରେଢାଖୋଲ ବେଲପାଣି ଗାଁର ବୃଦ୍ଧାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବା ଘଟଣା ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲା। ଗାଁକୁ ରାସ୍ତା ନାହିଁ ବୋଲି ଆମ୍ବୁଲାନ୍ସ ଆସିବାକୁ ମନା କରିଦେଲା। ଖଟିଆରେ ବୋହି ବୃଦ୍ଧାଙ୍କୁ ଡାକ୍ତରଖାନା ନେଇଥିଲେ ପରିବାର ଲୋକେ। ବୁର୍ଲା ବଡ଼ ମେଡିକାଲରେ  
ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଉପଯୁକ୍ତ ଚିକିତ୍ସା ମିଳିଲା ନାହି। ଶେଷରେ ବୃଦ୍ଧାଙ୍କୁ ପୁଣି ଘରକୁ ଫେରାଇ ଆଣିଛନ୍ତି ପରିବାର।

 ଏ ଘଟଣା ସାମ୍ନାକୁ ଆସିବା ପରେ ଏକ୍ସରେ ଖବର ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏ ଚିତ୍ର ଦେଖୁଛନ୍ତି ତ ? ଦଳର ନମ୍ବର ୨ ଷ୍ଟାର ପ୍ରଚାରକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦେବେ କି ଏହାର ଉତ୍ତର ? ଆଉ ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ତଥା ଦଳର ୩ ନମ୍ବର ଷ୍ଟାର ପ୍ରଚାରକ ପ୍ରଣବ ପ୍ରକାଶ ଦାସ ଏ ପ୍ରସଙ୍ଗରେ କଣ କହିବେ। 10 ଲକ୍ଷ ଛାଡ଼ି କୋଟିଏ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେଲେ ବି କି କାମର ସେହି ବିଏସକେୱାଇ କାର୍ଡ। ଯଦି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିବନି ଆଉ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିପାରିବେନି ତାହାଲେ ଏହି କାର୍ଡର ଟଙ୍କାକର ମୂଲ୍ୟ ଅଛିକି ?

ଯଦି ଡାକ୍ତରଖାନାରେ ଚିକିତ୍ସା କରିବାକୁ ଡାକ୍ତର ନଥିବେ ତାହାଲେ ଏ କାର୍ଡ ନେଇ କଣ କରିବେ ଲୋକେ। ଆଉ ଏକଥା ପଚାରିଲେ ବିଜେଡିକୁ ଖୁବ୍ ବାଧୁଛି । କହୁଛନ୍ତି ବିଏସକେୱାଇ ବନ୍ଦ କରିବାକୁ ହେଉଛି ଷଡ଼ଯନ୍ତ୍ର।  ସସ୍ମିତ ପାତ୍ର ମହାଶୟ ଏହିପରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ବିଏସକେୱାଇ ? ଏହି ଭଳି ଲୋକଙ୍କୁ ସଶକ୍ତ କରୁଛି ବିଏସକେୱାଇ ?ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ନସଜାଡି, ଡାକ୍ତରଙ୍କୁ ନିଯୁକ୍ତି ନଦେଇ ଯେତେ BSKYକୁ ନେଇ ଡଣ୍ଡିମ ପିଟିଲେ ବି ଏହା କିଛି ଲୋକଙ୍କ କାମରେ ହୁଏତ ଆସିପାରେ କିନ୍ତୁ ସାଢେ 4 କୋଟି ଓଡ଼ିଆଙ୍କ ପାଇଁ ଉଦ୍ଦିଷ୍ଟ କହିବା ପ୍ରତାରଣା ନୁହେଁ କି ?  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର