Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି କର୍ମୀଙ୍କୁ ବିଧାୟକ ଅରୁଣ ସାହୁ ଦେଇଥିଲେ ଧୂଲେଇ କରିବାକୁ ଆହ୍ବାନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିଜେଡି କର୍ମୀଙ୍କୁ ବିଧାୟକ ଅରୁଣ ସାହୁ ଦେଇଥିଲେ ଧୂଲେଇ କରିବାକୁ ଆହ୍ବାନ

Key Points

  • ବିଜେଡି କର୍ମୀଙ୍କୁ ବିଧାୟକ ଅରୁଣ ସାହୁ ଦେଇଥିଲେ ଧୂଲେଇ କରିବାକୁ ଆହ୍ବାନ
  • କାମରେ ଦେଖାଇଲେ କର୍ମୀ, 4 ବିଜେପି ସମର୍ଥକଙ୍କୁ କଲେ ମରଣାନ୍ତକ ଆକ୍ରମଣ
  • ସମ୍ବିଧାନ ମୁଖବନ୍ଧରେ ଅହିଂସା ଯୋଡ଼ିବାକୁ କହୁଥିଲେ ବିଜେଡିର ତୁଙ୍ଗ ନେତା
  • ଲୋକେ ସରକାର ପରିବର୍ତ୍ତନ କଲେ ବୋଲି ବିଜେଡି ବାଛିଛି ହିଂସାର ରାସ୍ତା
  • ନବୀନ ମୁଖ୍ୟମନ୍ତ୍ରୀ ବୋଲି ଏବେ ବି ଯାଉନି ବିଜେଡି ନେତାଙ୍କ ହ୍ୟାଙ୍ଗଓଭର
  • ଭାରସାମ୍ୟ ହରାଉଛନ୍ତି ବିଜେଡି ନେତା ବଦଳିଲା ପରେ ସରକାର

ଅର୍ଗସ ବ୍ୟୁରୋ : ବିଜେଡି ବିଧାୟକ ଅରୁଣ ସାହୁଙ୍କ ଆହ୍ବାନକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିଜେଡି କର୍ମୀ। ସିଏ ଧୂଲେଇ କରିବାକୁ କହିଥିଲେ ଏମାନେ ସିଧା ହାଣିଦେଲେ। ଏତେ ନିର୍ଦ୍ଦୟ ଭାବେ ହାଣିଲେ ଯେ ପରିଣତ ବୟସର ମହିଳାଙ୍କୁ ବି ବାଦ ଦେଲେନି। ଅଭିଯୋଗ ଅନୁଯାୟୀ ନୟାଗଡ଼ ଚଣ୍ଡୀବସ୍ତ ଗାଁରେ ଶନି ମେଳା ପାଇଁ ଚାନ୍ଦା ଆଦାୟ କରୁଥିଲେ କିଛି ବିଜେପି ସମର୍ଥକ। ଏଥିରେ ଉତକ୍ଷୀପ୍ତ ହୋଇ ସୋମନାଥ ପଲେଇଙ୍କ ପରିବାରର ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବିଜେଡି କର୍ମୀ। ଏଥିସହ ଆଦାୟ ହୋଇଥିବା ପ୍ରାୟ ୧୫ ହଜାର ଟଙ୍କା ବି ନେଇଯାଇଥିଲେ ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ୪ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରକାନାକୁ ସ୍ତାନାନ୍ତର କରାଯାଇଛି। ଏନେଇ ୧୪ଜଣଙ୍କ ବିରୋଧରେ ନୟାଗଡ଼ ଟାଉନ ଥାନାରେ ଦିଆଯାଇଛି ଏତଲା। ଆଉ ଏତଲାରେ ଥିବା ଏକ ନମ୍ବର ମୁଦାଲା ସମୀର ବିଶ୍ବାଳ ଜଣେ ବିଜେଡି କର୍ମୀ ଆଉ ସେ ହେଉଛି ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଖାସ ଅନୁଗତ। ଅରୁଣଙ୍କ ସାଙ୍ଗରେ ସମୀରର ଏ ଫଟୋ ତାର ବଡ଼ ପ୍ରମାଣ। 

ଏବେ କଣ କହିବେ ଡକ୍ଟର ଅରୁଣ ସାହୁ ? ଏଇ ଆପଣଙ୍କ ଆହ୍ବାନର ପରିଣାମ ନୁହେଁ କି ? ଅଭିଯୁକ୍ତମାନେ ହେଉଛନ୍ତି ସେହି ଦଳର କର୍ମୀ ଯେଉଁ ଦଳର ନେତାମାନେ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବା ପାଇଁ ଦାବି କରୁଥିଲେ। ଅର୍ଥାତ ବିଜେଡି ନେତାଙ୍କର କେବଳ ମୁହଁରେ ଅହିଂସା ଆଉ କାମ ହେଉଛି ମାରପିଟ୍ ହାଣକାଟ୍ କରିବା। ଯେଉଁଥିପାଇଁ ଖୋଦ୍ ଦଳର ବିଧାୟକ ଅରୁଣ ସାହୁ ନିଜ ଦଳର କର୍ମୀଙ୍କୁ ପ୍ରବର୍ତ୍ତାଉଛନ୍ତି।  

୨୪ ବର୍ଷ ପରେ କ୍ଷମତାରୁ ବିଦା ହେବାକୁ ଏଯାଏ ହଜମ କରିପାରୁନାହାନ୍ତି ବିଜେଡି ନେତା ଓ କର୍ମୀ। ସେଥିପାଇଁ ଭାରସାମ୍ୟ ହରାଇ ବାଛୁଛନ୍ତି ହିଂସାର ରାସ୍ତା।  ରାଜ୍ୟରେ ଲୋକେ ସରକାର ପରିବର୍ତ୍ତନ କରି ବିଜେଡିକୁ ବିଦା କଲେ। କିନ୍ତୁ ଏଯାଏ ବିଜେଡି ନେତାଙ୍କର ହ୍ୟାଙ୍ଗଓଭର ଯାଇନାହିଁ। ନବୀନଙ୍କୁ ଏବେବି ମୁଖ୍ୟମନ୍ତ୍ରୀ କହିବାକୁ ପଛାଉନାହାନ୍ତି ବିଧାୟକ ଅରୁଣ ସାହୁ। 
ଶାସନରେ ଥିବା ବେଳେ ତ ହିଂସା କରୁଥିଲେ ବିଜେଡି ନେତା। ଏବେ ବିରୋଧୀ ଦଳରେ ଥାଇ ବି ହିଂସାର ରାସ୍ତା ଛାଡ଼ିପାରୁନାହନ୍ତି ଏମାନେ। ଏବେ ପ୍ରଶ୍ନ ଏ ଘଟଣାରେ ପୋଲିସ କଣ ଆକ୍ସନ ନେଉଛି। ଆଉ ଅଭିଯୁକଙ୍କୁ କେବେ ଗିରଫ କରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJD government is losing its balance after the change of odisha govt | Argus News