Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର

Odisha

ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର

Key Points

  • ଭୂତ ଖାଉଥିଲେ ରାସନ ଚାଉଳ
  • ଇକେୱାଇସି ପ୍ରକ୍ରିୟାରୁ ଆସିଲା ସାଙ୍ଘାତିକ ତଥ୍ୟ
  • ବିଧାନସଭାରେ ବଡ଼ ଖୁଲାସା କଲେ ଯୋଗାଣ ମନ୍ତ୍ରୀ
  • ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର
  • ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୭ ହଜାର ଭୂତ କାର୍ଡ ଧାରୀ ଚିହ୍ନଟ
  • ବିଭାଗୀୟ ମନ୍ତ୍ରୀ କହିଲେ 20 ଲକ୍ଷ ପାର କରିପାରେ ଭୂତ ହିତାଧିକାରୀଙ୍କ ସଂଖ୍ୟା

ଅର୍ଗସ ବ୍ୟୁରୋ : ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଖିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । ବିଧାୟକ ମାନସ ଦତ୍ତ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖି ଯୋଗାଣ ମନ୍ତ୍ରୀ ତଥ୍ୟ ରଖିଛନ୍ତି ଯେ ଚାଲିଥିବା ଇକେୱାଇସି ପ୍ରକ୍ରିୟାରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସେହିପରି ଆହୁରି କହିଛନ୍ତି ରାଜ୍ୟର 3 କୋଟି 36 ଲକ୍ଷ 35 ହଜାର 918 ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ 2 କୋଟି 69 ଲକ୍ଷ 23 ହଜାର 830 ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି । ଏବେ ବି 6 ଲକ୍ଷ 19 ହଜାର 836 ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ତେବେ ଗୃହ ବାହାରେ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ସଂଖ୍ୟା ଆହୁରି ବଢ଼ିପାରେ । 20 ଲକ୍ଷ ପାର କରିପାରେ ଭୂତ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ କେୱାଇସି ସରିବା ପରେ ସ୍ପଷ୍ଟ ହେବ । 

ଅଧିକ ପଢନ୍ତୁ : E-KYC ପ୍ରକ୍ରିୟାରୁ୧ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ

ସେପଟେ ଏହି ତଥ୍ୟ ଆସିବା ପରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛି ଶାସକ ଦଳ ବିଜେପି । ରାସନ ଚାଉଳ ଆବଣ୍ଟନରେ ବଡ଼ ଦୁର୍ନୀତି ର ଗନ୍ଧ ବାରିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଥିବା ବେଳେ ଜବାବ ରଖିଛି ବିଜେଡି । ବିଜେଡି ସରକାର ସମୟ ରେ କେବଳ ରାସନ କାର୍ଡ ରେ ନୁହେଁ ପ୍ରତି ଯୋଜନାରେ ପୁଳା ପୁଳା ଅଯୋଗ୍ୟ ସାମିଲ ହୋଇଥିଲେ । ନୂଆ ସରକାର ଆସିବା ପରେ ତାର ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
The BJD government was eating ration rice in the name of the death people | Argus News