ମିଛ ପ୍ରତିଶ୍ରୁତି ଦେଇ ମତ୍ସ୍ୟଜୀବୀଙ୍କୁ ଭଣ୍ଡାଉଥିଲା ବିଜେଡି ସରକାର

ବ୍ରହ୍ମପୁର: ମିଛ ପ୍ରତିଶ୍ରୁତି ଦେଇ ମତ୍ସ୍ୟଜୀବୀଙ୍କୁ ଭଣ୍ଡାଉଥିଲା ବିଜେଡି ସରକାର । ଦୀର୍ଘ 25 ବର୍ଷ ଶାସନରେ ରହି ବି ଦୂର କରିପାରିଲେନି ଜେଟି ସମସ୍ୟା । ଦୁର୍ଦ୍ଦିନରେ ଗଞ୍ଜାମର ହଜାର ହଜାର ମତ୍ସ୍ୟଜୀବୀ ପରିବାର । ବେଉସା ଛାଡି ହେଉଛନ୍ତି ହେଉଛନ୍ତି ଦାଦନ ମୁହାଁ । ଏବେ ସରକାର ବଦଳିଥିବାରୁ ମତ୍ସ୍ୟଜୀବୀଙ୍କ ବଦଳିବ ଭାଗ୍ୟ । ଗଞ୍ଜାମର 50 ଖଣ୍ଡ ସମୁଦ୍ରକୂଳିଆ ଗ୍ରାମବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଜେଟି ସମସ୍ୟା । ଜିଲ୍ଲାର ପାରମ୍ପରିକ ମତ୍ସ୍ୟଜୀବୀମାନେ କାହିଁ କେଉଁ କାଳରୁ ସମୁଦ୍ର ମଧ୍ୟରେ ମାଛ ମାରି ଜୀବିକା ନିର୍ବାହ କରିଆସୁଛନ୍ତି । କିନ୍ତୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର, ମାର୍କଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଜୀବନ ଜୀବିକା ସଙ୍କଟରେ ।.. ବିଜେଡି ତା ଶାସନକାଳରେ ଦେଇଥିବା ଜେଟି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି ସୀମିତ । ଯାହାର ପରିଣାମ ବେଉସା ଛାଡି ଦାଦନ ମୁହାଁ ମତ୍ସ୍ୟଜୀବୀ । କାହିଁକି ନା ରାତି ପାହିଲା ମାତ୍ରେ ସମୁଦ୍ରକୁ ଡଙ୍ଗା ନେଇ ମତ୍ସ୍ୟଜୀବୀ ବଙ୍ଗୋପସାଗରକୁ ଯାତାୟତ ପାଇଁ ରହିଥିବା ଜଳପଥ ରାସ୍ତାକୁ ବ୍ୟବହାର କରିଥାନ୍ତି । ମାତ୍ର ଏହି ସ୍ଥାନରେ ଜେଟି ସଠିକ୍ ଭାବେ ଖନନ ହୋଇପାରୁନି ।
ଫଳରେ ସମୁଦ୍ରର ଜୁଆର ଅଧିକ ହୋଇ ଜେଟି ମଧ୍ୟରେ ପାଣି ରହିଲେ ମାଛଧରା ବୋର୍ଟ ନେଇଯିବା ସମ୍ଭବ ହେଉଥିବାବେଳେ ଅନ୍ୟ ସମୟରେ ଯିବା ବା ଫେରିବାବେଳେ ଜେଟି ମଧ୍ୟରେ ଥିବା ବାଲିରେ ବୋର୍ଟ ଲାଗିଲେ ଟାଣିବା କଷ୍ଟକର ହୋଇପଡୁଛି । ଏପରିକି ସମୁଦ୍ରର ଉଚ୍ଚା ଜୁଆରରେ ଡଙ୍ଗା କୂଳରେ ଲାଗିବା ପରିବର୍ତ୍ତେ ଓଲଟି ମୃତ୍ୟୁମୁଖରେ ପଡୁଛନ୍ତି ମତ୍ସ୍ୟଜୀବୀ । ଏବେ ବଦଳିଛି ସମୟ । ବିଜେପି ସରକାର ଆସୁ ଆସୁ ମତ୍ସ୍ୟଜୀବୀଙ୍କ ପାଇଁ ତତ୍ପରତା ଦେଖାଇଛି । ଗଞ୍ଜାମର 3 ଜାଗାରେ ସମ୍ପୂର୍ଣ୍ଣ ଜେଟି କାମ ଏବଂ ଦୁଇଟି ପୋର୍ଟର ଡିପିଆର ପାଇଁ କାମ କରିବା ସଂସ୍ଥାକୁ ଦୁଇ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ମୋହନ ସରକାର । ଏଥିସହ ଗୋପାଳପୁର ବିଜେପି ବିଧାୟକ ମତ୍ସ୍ୟଜୀବିଙ୍କ ଗାଁକୁ ଯାଇ ବୁଲି ଦେଖିବା ସହ ଖୁବଶୀଘ୍ର ଜେଟି ନିର୍ମାଣ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି । ଯେଉଁ କାମ 25 ବର୍ଷ ଶାସନରେ ରହି କରିପାରିଲାନି ବିଜେଡି । ତାହା କରି ଦେଖାଇବ ବିଜେପି ସରକାର । ମତ୍ସ୍ୟଜୀବୀମାନଙ୍କ ଆଶା ଓ ଭରସା- ଦୂର ହେବ ଜେଟି ସମସ୍ୟା ?
ଅଧିକ ପଢନ୍ତୁ ଓଡ଼ିଶା ଖବର