Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଦାରେ ପଡିଲା 25 ବର୍ଷ ସ୍ଥିର ସରକାରର କଳା କାରନାମା

Manini Pattanayak
Browse all articles by Manini Pattanayak
·1 year ago·2 min read
ପଦାରେ ପଡିଲା 25 ବର୍ଷ ସ୍ଥିର ସରକାରର କଳା କାରନାମା

ବାଲେଶ୍ୱର: ପର୍ଯ୍ୟଟନ କ୍ଷେତ୍ର ର ବିକାଶ ନାଁ ରେ ପ୍ରତାରଣା କରିଛି ୨୫ ବର୍ଷ ଶାସନ କରିଥିବା ବିଜେଡି ସରକାର l ଅନୁମୋଦନ କୁ ଏକ ବର୍ଷ ବିତି ଥିଲେ ମଧ୍ୟ ଆରମ୍ଭ ହୋଇପାରିନି ପ୍ରକଳ୍ପ l ବିଜେଡି ସରକାରରେ ବାଲେଶ୍ୱର ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଥିଲା ମିଛ ଧୂଆଁ ବାଣ l ନଜର ପକାନ୍ତୁ ଏହି ଚିଠି ଉପରେ। ବିଜେଡି ସରକାର ସମୟରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଲେଖିଥିଲେ ଏହି ଚିଠି l ଚିଠିରେ ସୋର ସିନ୍ଧୁଆ ଡ୍ୟାମର ବିକାଶ ପାଇଁ ୪୭ ଲକ୍ଷ ୫୦ ହଜାର, ଡଗରା ବିଚ ପାଇଁ ୧୧୬ ଲକ୍ଷ ୯୩ ହଜାର ଏବଂ କସାଫଳ ବିଚ ପାଇଁ ୨୦୭ ଲକ୍ଷ ୩୦ ହଜାର ଟଙ୍କା ଅନୁମୋଦନ ହୋଇଥିଲା। ଅନୁମୋଦନ ଟଙ୍କାର ୨୫ ପ୍ରତିଶତ ତୁରନ୍ତ ଏହି ସବୁ ପ୍ରକଳ୍ପରେ ବିନିଯୋଗ କରି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ l କିନ୍ତୁ ବର୍ଷେ ପରେ ବି ଆରମ୍ଭ ହୋଇ ପାରିନି କାମ l କେବଳ ସେତିକି ନୁହେଁ ପ୍ରକଳ୍ପ କାମ ଆରମ୍ଭ ହୋଇନଥିଲେ ବି 25ପ୍ରତିଶତ କାମ ସରିଥିବା ଦର୍ଶା ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଆଉ 24 ବର୍ଷ ଶାସନରେ ଥିବା ବିଜେଡି ସରକାର ପର୍ଯ୍ୟଟନର ବିକାଶ ନାଁରେ ବାଲେଶ୍ବର ଜିଲ୍ଲାବାସୀଙ୍କୁ ଦେଇଛନ୍ତି ବଡ ଧୋକ୍କା ।

ସେହିପରି ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡଗରା ବେଳାଭୂମି ଉନ୍ନତିକରଣ ପାଇଁ ୧ କୋଟି ୬୬ ଲକ୍ଷ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ଏବେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇନି। କେବଳ ଏତିକି 2023ରେ ପୂର୍ବତନ ସରକାର 1 କୋଟି 16 ଲକ୍ଷ 93 ହଜାର ଟଙ୍କା ଡଗରା ବେଳାଭୂମିର ବିକାଶ ପାଇଁ ବ୍ୟୟବରତା କରିଥିଲେ ମଧ୍ୟ ବିକାଶ ଏଠି ଧୂଆ ବାଣ ପାଲଟିଛି l କେବଳ ଡଗରା ବେଳାଭୂମି ନୁହେଁ କଷାଫଳ ବେଳାଭୂମି ଏବଂ ସିନ୍ଧୁଆ ଡ୍ୟାମ ପାଇଁ ମୋଟ ୩୭୧ ଲକ୍ଷ ୭୩ ହଜାର ଟଙ୍କା ମଞ୍ଜୁର କରିଥିଲେ କୌଣସି ସ୍ଥାନରେ ବର୍ଷେ ପରେ ମଧ୍ୟ ଆରମ୍ଭ ହୋଇ ପାରିନି କାମ। ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ଦୃଷ୍ଟି ଦେବାକୁ ସାଧାର।   ସେପଟେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ନେଇ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି  l  ପର୍ଯ୍ୟଟନ କ୍ଷେତ୍ରର ବିକାଶ ନାଁରେ ପୂର୍ବ ବିଜେଡି ସରକାର ବାଲେଶ୍ୱର ବାସୀଙ୍କୁ ଧୋକା ଦେଇଥିବା ବେଳେ ମୋହନ ସରକାରଙ୍କ ଉପରେ ଆଶା ବାନ୍ଧିଛନ୍ତି ବାଲେଶ୍ୱରବାସୀ  । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJD government, which has been in power for 24 years, has given a big threat to the people of Balasore district in the name of tourism development. | Argus News