Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ୱରରେ ଉଗ୍ର ରୂପ ନେଉଛି ବିଜେଡି କନ୍ଦଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାଲେଶ୍ୱରରେ ଉଗ୍ର ରୂପ ନେଉଛି ବିଜେଡି କନ୍ଦଳ

ଅର୍ଗସ ବ୍ୟୁରୋ:  ବାଲେଶ୍ବରରେ ଉଗ୍ର ରୂପ ନେଉଛି ବିଜେଡି କନ୍ଦଳ ।  ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସଦର ପୂର୍ବତନ ବିଧାୟକଙ୍କ ସ୍ବରୂପ ଦାସଙ୍କ ବିରୋଧରେ ଅଷନ୍ତୋସ ଝାଡିଛନ୍ତି ବିଜେଡି ନେତା ଶଶି କୁମାର ସାହୁ । ସାମାଜିକ ଗଣମାଧ୍ୟମରେ ସିମୁଳିଆ ପୂର୍ବତ୍ତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କୁ ଖଳ ପ୍ରକୃତିର ଲୋକ ଓ ବିଜୁ ଜନତା ଦଳ ତାଙ୍କ ପରିବାରର ସମ୍ପତି ନୁହଁ ବୋଲି ମଧ୍ୟ ଲେଖିବାକୁ ପଛାଇ ନାହାନ୍ତି ଶଶି । ଗତକାଲି ବିଜେଡି ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନରେ ବାଲେଶ୍ବର ସିଦ୍ଧି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

କିନ୍ତୁ ସଭାକୁ ବାଲେଶ୍ବର ବସ୍ତା ବିଧାୟିକା ସୁବାଶିନୀ ଜେନା, ସଦର ବ୍ଲକ ଚୈୟାରମ୍ୟାନ, ଜିଲ୍ଲା ପରିଷଦ ଚୈୟାରମ୍ୟାନ ନାରାୟଣ ପ୍ରଧାନ ଓ ମ୍ୟୁନସିପାଲଟି ଚୈୟାରମ୍ୟାନ ସବିତା ସାହକୁ ଡକା ଯାଇନଥିଲା, ଯାହାକୁ ନେଇ ଆଜି ସାମାଜିକ ଗଣ ମାଧ୍ୟମରେ ବିଜେଡି ନେତା  ଶଶି କୁମାର ସାହୁ ଅଷନ୍ତୋଷ ବ୍ୟକ୍ତ କରିବା ସହିତ ଜୌତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJD scandal is getting worse in balasore | Argus News