Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କୁ ତୁରନ୍ତ 5T ଅଧ୍ୟକ୍ଷ ପଦରୁ ବହିଷ୍କାର କରିବା ପାଇଁ ଦାବି କଲା ବିଜେପି

Ritu Das
Browse all articles by Ritu Das
·2 years ago·1 min read
ପାଣ୍ଡିଆନଙ୍କୁ ତୁରନ୍ତ 5T ଅଧ୍ୟକ୍ଷ ପଦରୁ ବହିଷ୍କାର କରିବା ପାଇଁ ଦାବି କଲା ବିଜେପି

ଅର୍ଗସ ବ୍ୟୁରୋ: ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ପ୍ରଶ୍ନ କଲା ବିଜେପି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡି ନେତା ପାଣ୍ଡିଆନ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଦେଖା ଯାଏ ନାହିଁ । ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉତ୍ତର ମାଗିଲା ଦଳ । 

ଆରଟିଆଇ କର୍ମୀ ମାନେ ପାଣ୍ଡିଆନଙ୍କ ସୁରକ୍ଷା ନେଇ ଗଣମାଧ୍ୟମ ଆଗରେ ତଥ୍ୟ ରଖିଥିଲେ । ଏହା ଉପରେ ପାଣ୍ଡିଆନ ଏବେ ଯାଏଁ ପ୍ରତିକ୍ରିୟା ଦେଇନାହାନ୍ତି । ପ୍ରେସମିଟ କରିବା ପାଇଁ ଓଡ଼ିଶା ପୋଲିସକୁ କିଏ ଚାପ ପକାଇଲା ? ଓଡ଼ିଶା ପୋଲିସ ବିଜେଡି ନିର୍ବାଚନ ଜିତିବା ପାଇଁ ଦାୟିତ୍ଵ ନେଇ କାମ କରୁଛି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJP demanded | Argus News