Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଠକିଥିଲା ବିଜେଡି କାର୍ଯ୍ୟକାରୀ କଲେ ବିଜେପି ସରକାର

Odisha

ଠକିଥିଲା ବିଜେଡି କାର୍ଯ୍ୟକାରୀ କଲେ ବିଜେପି ସରକାର

Ritu Das
Browse all articles by Ritu Das
·1 year ago·2 min read
ଠକିଥିଲା ବିଜେଡି କାର୍ଯ୍ୟକାରୀ କଲେ ବିଜେପି ସରକାର

ଅର୍ଗସ ବ୍ୟୁରୋ: ନୂଆ NAC ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ୭ ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାରେ ନୂଆ NAC ଗଠନ ପ୍ରସ୍ତାବ ପାଇଁ ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଛନ୍ତି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ସେହିପରି ୪ଟି ଜିଲ୍ଲାରେ NACକୁ ପୌରପାଳିକାକୁ ଉନ୍ନୀତ ପାଇଁ ହୋଇଛି ପ୍ରକ୍ରିୟା । ଗଞ୍ଜାମ, ବୌଦ୍ଧ, ମୟୂରଭଞ୍ଜ, ବଲାଙ୍ଗିର ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ଆବଶ୍ୟକ ତଥ୍ୟ ମଗା ଯାଇଛି । ତେବେ ଏ ନେଇ ମନ୍ତ୍ରୀ କହିଛନ୍ତି  ପୂର୍ବ ଏବଂ ନୂତନ ଭାବେ ବିଧାୟକ ଙ୍କ ପ୍ରସ୍ତାବ କୁ ମିଶାଇ ଜିଲ୍ଲାପାଳ ଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିଲେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି। ପୂର୍ବ ସରକାର ନାମକୁ ମାତ୍ର ଚିଠି କରିଥିଲେ । 2011 ମସିହା ସୁଦ୍ଧା ଯାହାର 11 ହଜାର ରୁ ଉର୍ଦ୍ଧ ଜନ ସଂଖ୍ୟା କୁ NAC ଓ 20 ହଜାରରୁ ଉର୍ଦ୍ଧ୍ବକୁ ମୁନିସିପାଲିଟି ମାନ୍ୟତା ଦିଆଯିବ । 

ସେପଟେ ନୂଆ NAC ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ଜୋର ଧରିଛି ରାଜନୀତି । ବିଜେଡ଼ି ଏହାକୁ କପି ପେଷ୍ଟ କହିଥିବା ବେଳେ କଂଗ୍ରେସ ଓ ବିଜେପି କହିଛନ୍ତି ବିଜେଡି ମିଛ ପ୍ରଚାରର ସୌଦାଗର  ସାଜି ଲୋକଙ୍କ ସହ ପ୍ରତାରଣା କରିଥିଲା । 

ଅନ୍ୟପଟେ ନୂଆ NAC ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଦାବି କରି ଆସୁଥିବା ଲୋକେ । ଫେବୃଆରୀ ମାସ ଅର୍ଥାତ ନିର୍ବାଚନର ଦୁଇ ମାସ ପୂର୍ବରୁ ରାଜ୍ୟରେ ନୂଆ ୫୭ NAC ଗଠନ ଲାଗି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ବିନା ପ୍ରସ୍ତୁତିରେ କେବଳ ନିର୍ବାଚନ କୁ ଆଖି ଆଗରେ ରଖି ଘୋଷଣା ହୋଇଥିବାରୁ ତାହା ବାସ୍ତବ ରୂପ ନେବା ସମ୍ଭବ ହୋଇନଥିଲା । ଏପରିକି ନୂଆ NAC ଗଠନ ପାଇଁ ସରକାରୀ ସ୍ତରରେ କୌଣସି ରେକର୍ଡ ବି ନଥିଲା । ମାତ୍ର ବିଜେପି ସରକାର ଲୋକଙ୍କ ଦାବି କୁ ଗୁରୁତ୍ୱ ଦେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିବାରୁ ନୂଆ NAC ଗଠନର ସ୍ୱପ୍ନ ସତ ହେବାର ଆଶା ବାନ୍ଧିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
The BJP government | Argus News