ବିଜେପି ସରକାର ଆଦିବାସୀଙ୍କ ବିକାଶ ପାଇଁ ସମର୍ପିତ

- ଓଡ଼ିଶାରେ ପେଶା ଆଇନ ଲାଗୁ କରିବ ବିଜେପି ସରକାର
- ବିଜେପି ସରକାର ଆଦିବାସୀଙ୍କ ବିକାଶ ପାଇଁ ସମର୍ପିତ
- ପ୍ରଧାନମନ୍ତ୍ରୀଙ୍କ ଫୋକସ ଏବଂ ଭରସା ଆଦିବାସୀ
- ଆଦିବାସୀ ମୋର୍ଚ୍ଚାକୁ ମିଶନ ମୋଡରେ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଅର୍ଗସ ବ୍ୟୁରୋ: ବିଜେପି ଆଦିବାସୀ ମୋର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟାସ୍କ । ଆଦିବାସୀ ମୋର୍ଚ୍ଚାକୁ ମିଶନ ମୋଡରେ କାମ କରିବାକୁ ଆହ୍ବାନ । ରାଜ୍ୟରେ ଥିବା ୩୩ ଟି ST ବିଧାନସଭା ସିଟ ଏବଂ ୫ ଟି ସାଂସଦ ସିଟରେ ଜିତିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେପଟେ ରାଜ୍ୟରେ ଖୁବଶୀଘ୍ର ପେଶା ଆଇନ ଲାଗୁ କରିବେ ବିଜେପି ସରକାର । ବିଜେପି ଏସଟି ମୋର୍ଚ୍ଚା ସ୍ବାଗତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ରବି ନାଏକ ଏ ସୂଚନା ଦେଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ସମର୍ପିତ ବିଜେପି ସରକାର । ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟର କରାଯିବ । ଯେଉଁଠି ବ୍ୟକ୍ତି ଏବଂ ପରିବାର ବିକାଶ ପାଇଁ ଯୋଜନା ହେବ । ଯୋଜନାକୁ କ୍ଲଷ୍ଟର ଅନୁସାରେ କାର୍ଯ୍ୟକାରୀ କରାଯିବ । ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି, ଏହା ଏକ ଗୁରୁତର ବିଷୟ । ଆମକୁ ସଚେତନ ହେବାକୁ ପଡିବ । ଆଦିବାସୀ ସଂସ୍କୃତି ଓ ପରମ୍ପରାରେ ସନାତନର ଝଲକ । ଆଦିବାସୀଙ୍କ ପାଇଁ ସବୁ ଯୋଜନାକୁ ଲୋକଙ୍କ ପାଖକୁ ନେଇକି ଯିବାକୁ ପଡ଼ିବ ବୋଲି କହିଛନ୍ତି ରବି ନାଏକ ।
ଆଦିବାସୀ ଜନଜାତି ଭୋଟ ପାଇଁ BJPର ମାଷ୍ଟର ପ୍ଲାନ୍ । MP, MLA ଓ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦେଇଛି BJP ST ମୋର୍ଚ୍ଚା । ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ନେଇ ମନ୍ତ୍ରୀ ମାନେ ଘରେ ବୈଠକ କରିବେ, ଅଗ୍ରାଧିକାର ଦେଇ ସମସ୍ତଙ୍କ କଥା ବୁଝିବେ । BJP ଆଦିବାସି ମୋର୍ଚ୍ଚାର 33 MLA ସିଟରୁ କାହିଁକି 18 MLA ଜିତିଲେ, 5 ସାଂସଦରୁ କାହିଁକି ଗୋଟାଏ ସିଟରେ BJP ଅନୁସୂଚିତ ଜନଜାତି ମୋର୍ଚ୍ଚାର MP ପ୍ରାର୍ଥୀ ହାରିଲେ ବୋଲି ସମୀକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଭୁବନେଶ୍ବର ଜୟଦେବ ଭବନରେ ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଥିଲା । ୨୦୨୪ ସାଧାରଣ ନିର୍ବାଚନରେ ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
ସେପଟେ ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସମନ୍ବୟ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାନସଭା ଏବଂ ଲୋକସଭାକୁ ନବ ନିର୍ବାଚିତ ହୋଇଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: