Videos
|
Odisha

ନୂଆଁଖାଇରେ ରାଜ୍ୟର ଚାଷୀଙ୍କୁ ବଡ଼ ଉପହାର ଦେବେ ବିଜେପି ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
ନୂଆଁଖାଇରେ ରାଜ୍ୟର ଚାଷୀଙ୍କୁ ବଡ଼ ଉପହାର ଦେବେ ବିଜେପି ସରକାର

 ସମ୍ବଲପୁର:  ଗଣପର୍ବ ନୂଆଁଖାଇରେ ହେବ ସିଏମ୍ କିଶାନ ଯୋଜନାର ଶୁଭାରମ୍ଭ। ସମ୍ବଲପୁରରେ 8 ତାରିଖରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ରାଜ୍ୟର ଚାଷୀଙ୍କୁ ସିଏମ୍ କିଷାନ ଯୋଜନାର ପ୍ରଥମ କିସ୍ତି ଜାରି କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଅକ୍ଷୟ ତୃତୀୟା ଓ ନୂଆଁଖାଇ ବର୍ଷକୁ ଦୁଇଟି କିସ୍ତିରେ ଚାଷୀ ପାଇବେ ଦୁଇ ହଜାର ଲେଖାଏଁ ମୋଟ 4 ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ରାଜ୍ୟର 45 ଲକ୍ଷ 76 ହଜାର 524 କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମି ହୀନ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାର ଟଙ୍କା ମିଳିବ । ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭଳି ସିଏମ୍ କିଷାନ ଯୋଜନାକୁ ନେଇ ରାଜ୍ୟର ଚାଷୀଙ୍କ ଭିତରେ ଦେଖାଯାଇଛି ଅପୂର୍ବ ଉତ୍ସାହ। 
 ସିଏମ୍ କିଷାନ ଯୋଜନା ସମ୍ପର୍କରେ ଗତ ସପ୍ତାହରେ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଯୋଜନାରେ ନୂଆକରି ସାମିଲ ହେବା ପାଇଁ ଚାଷୀମାନେ ସିଏମ କିଷାନ ପୋର୍ଟାଲରେ ଆବେଦନ କରିପାରିବେ । ସେହିପରି ଯୋଗ୍ୟତା ଥାଇ ବି ପିଏମ୍ କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବା ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଇ- ଚାଷ ଆପ୍ ଜରିଆରେ ସାରା ରାଜ୍ୟରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଂଚି ପାରୁଛି । ସର୍ବେକ୍ଷଣ ଆଧାରରେ ସିଏମ୍- କିଷାନ ତଥା ଚାଷୀଙ୍କ ପାଇଁ ଥିବା ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇ ପାରିବେ । କୃଷକଙ୍କ ତଥ୍ୟ ଏକ ପଞ୍ଜିକୃତ ID ସହ ରହିବ।

ଏଥିପାଇଁ ପ୍ରତିଜିଲ୍ଲାରେ ନୋଡାଲ ଅଧିକାରୀ ରହିବେ ଓ ସେମାନେ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ । ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି ବିଭାଗକୁ ଜଣାଇବେ । ଏ ନେଇ ଏକ ମାର୍ଗଦର୍ଶିକା ତିଆରି ହେବ । ସିଏମ୍ କିଷାନ ପୋର୍ଟାଲ ବର୍ଷ ତମାମ ଖୋଲା ରହିବ। ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ ଚାଷୀଙ୍କୁ କୌଣସି ଦେୟ ଦେବାକୁ ହେବ ନାହିଁ।  ଗତ ସପ୍ତାହରେ କୃଷିମନ୍ତ୍ରୀ ସିଏମ୍ କିଷାନ ଯୋଜନାର ଘୋଷଣା କରିବା ପରେ ଓଡ଼ିଶାର ଅଗଣିତ ଚାଷୀଙ୍କ ଆର୍ଥିକ ପ୍ରଗତି ସହ ରାଜ୍ୟର କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେବ ବୋଲି ଏକ୍ସରେ ଲେଖିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ବିଜେଡି ସରକାର ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ତାହା କେବଳ ଘୋଷଣାରେ ସୀମିତ ରହିଯାଇଥିଲା । କିନ୍ତୁ ବର୍ତ୍ତମାନ ର ମୋହନ ସରକାର ଉଭୟ ସିଏମ କିଷାନ ଏବଂ ପିଏମ କିଷାନ ଯୋଜନାରେ ରାଜ୍ୟର କୋଟିଏ ଚାଷୀ ଙ୍କୁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The BJP government will give big gifts to the farmers of the state in Nuakhai | Argus News