Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସେପ୍ଟେମ୍ବର ସୁଦ୍ଧା ନୂଆ ଲାଭାର୍ଥୀଙ୍କୁ ରାସନ କାର୍ଡ ଦେବେ ବିଜେପି ସରକାର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ସେପ୍ଟେମ୍ବର ସୁଦ୍ଧା ନୂଆ ଲାଭାର୍ଥୀଙ୍କୁ ରାସନ କାର୍ଡ ଦେବେ ବିଜେପି ସରକାର

Key Points

  • ସେପ୍ଟେମ୍ବର ସୁଦ୍ଧା ନୂଆ ଲାଭାର୍ଥୀଙ୍କୁ ରାସନ କାର୍ଡ ଦେବେ ବିଜେପି ସରକାର
  • ରାସନ ତାଲିକାରେ ରହିବେ ନାହିଁ ଅଯୋଗ୍ୟ ଓ ଭୂତ ହିତାଧିକାରୀ
  • ବିଧାନସଭାରେ ଘୋଷଣା କଲେ ଯୋଗାଣ ମନ୍ତ୍ରୀ
  • ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଗରିବ ଲୋକଙ୍କ ଜୀବନ ରେଖା
  • ଲୋକଙ୍କୁ ମିଳୁଛି ମୁଣ୍ଡ ପିଛା ୧୦ କେଜି ଚାଉଳ 
  • ବିଜେଡି ସରକାରରେ ଦଳୀୟ ଆଧାରରେ ବଣ୍ଟାଯାଉଥିଲା ରାସନ କାର୍ଡ
  • ସେପଟେ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷଙ୍କୁ କଟୁ ସମାଲୋଚନା କଲେ ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ସେପ୍ଟେମ୍ବର ଶେଷ ସୁଦ୍ଧା ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ବାଦ ପଡ଼ିବେ ଅଯୋଗ୍ୟ, ଯୋଡ଼ି ହେବେ ଯୋଗ୍ୟ ହିତାଧିକାରୀ । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି 10 ଲକ୍ଷରୁ ଅଧିକ ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ଅଗଷ୍ଟ 22 ତାରିଖରୁ E - KYC ପ୍ରକ୍ରିୟାରେ ଜାଲ୍ କାର୍ଡ ଧରିବା ପାଇଁ କାମ ଆରମ୍ଭ ହୋଇଛି । ଏହା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଚାଲିବ । ଏଯାଏଁ 44 ଲକ୍ଷ 33 ହଜାର କାର୍ଡ ଯାଞ୍ଚ ସରିଛି । ବହୁ ସଂଖ୍ୟାରେ ଜାଲ୍ କାର୍ଡ ଧରା ପଡ଼ିଛି । ଯାହା ମୋଟ୍ ରାସନ କାର୍ଡର 20ରୁ25 ପ୍ରତିଶତ ହେବ। ସବୁ କାର୍ଡ ଯାଞ୍ଚ ହୋଇ ଜାଲ୍ କାର୍ଡ ଧରିବା ପରେ ସେପ୍ଟେମ୍ବର ଶେଷ ସୁଦ୍ଧା ନୂଆ କାର୍ଡ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଅଧିକ ପଢନ୍ତୁ : ନୂଆ ରାସନ କାର୍ଡ ପାଇଁ ଏବେ ସୁଦ୍ଧା 10 ଲକ୍ଷ ଆବେଦନ

ଖାଦ୍ୟ ସୁରକ୍ଷା କମିଶନର ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ବିଧାନସଭାରେ କଟୁ ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ । କହିଛନ୍ତି ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ପଦରେ ଜଣେ ଚୋର, ଡକାୟତକୁ ବସାଇଥିଲେ ବିଜେଡି ସରକାର । ଯୋଗ୍ୟତା ଥିବା ଲୋକଙ୍କୁ ବାଦ ଦେଇ ନବୀନ ସରକାର ଜଣେ କୋଇଲା ଚୋରକୁ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ କରିଥିଲେ। ଅଣ ଓଡ଼ିଆ ଅଫିସରଙ୍କୁ ଖୁସି କରୁଥିବା ଅଫିସରଙ୍କୁ ପୋଷାଯାଉଥିଲା। ଯୋଗାଣ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେଉଁ ପଦ ପାଇଁ IFS ମାନେ ଆବେଦନ କରିଥିଲେ, ସେଠି ଜଣେ BA ପାସ୍ କୋଇଲା ଚୋରକୁ କାହିଁକି ନିଯୁକ୍ତି ଦେଇ ମାସକୁ 3 ଲକ୍ଷ ଟଙ୍କା ଦରମା ଦିଆଯାଉଥିଲା । ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ନିଯୁକ୍ତି ନେଇ ଏକ କମିଟି ଗଠନ କରି ଯାଞ୍ଚ ହେବ, ପ୍ରକ୍ରିୟା ଭୁଲ୍ ଥିଲେ ସଙ୍ଗେ ସଙ୍ଗେ ବିତାଡ଼ିତ କରାଯିବ ବୋଲି ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJP government will give ration cards to the new beneficiaries by September | Argus News