Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ନେତାଙ୍କ ଅପରାଧର ପେଡ଼ି ଖୋଲିବ ବିଜେପି ସରକାର

Odisha

ବିଜେଡି ନେତାଙ୍କ ଅପରାଧର ପେଡ଼ି ଖୋଲିବ ବିଜେପି ସରକାର

Manini Pattanayak
Browse all articles by Manini Pattanayak
·1 year ago·2 min read
ବିଜେଡି ନେତାଙ୍କ ଅପରାଧର ପେଡ଼ି ଖୋଲିବ ବିଜେପି ସରକାର

ଭୁବନେଶ୍ୱର:  ବିଜେଡି ନେତାଙ୍କ ଅପରାଧର ପେଡ଼ି ଖୋଲିବ ବିଜେପି ସରକାର । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ସେବେକାର ସରକାରରେ ଚାପି ଦିଆଯାଇଥିବା ଘଟଣାର ହେବ ପୁନଃ ତଦନ୍ତ । ନ୍ୟାୟ ପାଇବାରୁ ବଞ୍ଚିତ ପରିବାରକୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଲେ ମୋହନ ସରକାର । ଟେନସନରେ ପ୍ରତାପ, ଅରୁଣ, ରାଜା, ବିକ୍ରମ, ଦିବ୍ୟଶଙ୍କର, ବବି- ପାଣ୍ଡିଆନ । 
ପରୀ-ଅରୁଣ ସାହୁ, ମମିତା-ଗୋବିନ୍ଦ-ଦିବ୍ୟ ଶଙ୍କର ମିଶ୍ର, ମାହାଙ୍ଗା ଟ୍ରିପଲ୍ ମର୍ଡର-ପ୍ରତାପ ଜେନା, ନବ ଦାସ-ବବି ଦାସ-ଭୈରବ ପାଣ୍ଡିଆନ୍ ।  ଖୋଲିବ ପୁରୁଣା ଫାଇଲ । ପୀଡ଼ିତ ପରିବାରକୁ ମିଳିବ ନ୍ୟାୟ । ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ବିଜେଡି ଶିବିରରେ ପଶିଛି ଛାନିଆ । ଧଡ୍‌ ଧଡ୍‌ ହେଲାଣି ବିବାଦୀୟ ନେତାଙ୍କ ଛାତି । କାରଣ ଦଳୀୟ ନେତା ଙ୍କ ସମ୍ପୃକ୍ତି ଥିବା ଘଟଣାରେ ତଦନ୍ତ କୁ ବାଟବଣା କରିଥିଲେ ବିଜେଡି ସରକାର ।  

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେଡିର ହାଇ ପ୍ରୋଫାଇଲ ନେତା ତଥା ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସମ୍ପୃକ୍ତି ନେଇ ଏତଲା ଦେଲେ ପରିବାର ଲୋକେ । କୋର୍ଟର ଭର୍ତ୍ସନା ପରେ ମନ୍ତ୍ରୀ ଙ୍କ ନାଁ ମୁଦାଲା ନଂ ୧୩ ରେ ରହିଲା । ମୁଖ୍ୟ ଅଭିଯୁକ୍ତ କାବୁଆର ମୃତ୍ୟୁ ପଛରେ ବି ପ୍ରତାପଙ୍କ ଭୂମିକା ଆସିଥିଲା ସନ୍ଦେହ ଘେରକୁ।  ସେହିପରି ନୟାଗଡ଼ର କୁନି ଝିଅ ପରି ହତ୍ୟାକାଣ୍ଡ ରେ ତତ୍କାଳୀନ କୃଷି ମନ୍ତ୍ରୀ ଅରୁଣ ସାହୁ ଙ୍କ ନାଁ ରେ ଆସିଲା ସଙ୍ଗିନ ଅଭିଯୋଗ । ମାତ୍ର ପୋଲିସ ଘଟଣାକୁ ଭିନ୍ନ ମୋଡ଼ ଦେଇ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ବ୍ଲୁ-ପ୍ରିଣ୍ଟ ରଚିବାରେ ସଫଳ ହେଲା ଆଉ ପରିବାରକୁ ମିଳିଲାନି ନ୍ୟାୟ।  ଏସସିଏଫ ସୌମ୍ୟ ରଞ୍ଜନ ଙ୍କ କେସରେ ମଧ୍ୟ ତତ୍କାଳୀନ ମନ୍ତ୍ରୀ ବିକ୍ରମ ଆରୁଖ ଙ୍କ ନାଁ ରେ ଆସିଲା ଅଭିଯୋଗ ଏଠି ବି ପୋଲିସ ଘଟଣା କୁ ଭିନ୍ନ ମୋଡ଼ ଦେଇ କେସକୁ ରଫାଦଫା କରିଦେଲା ।  କେବଳ ଏହି ସବୁ ଘଟଣା ନୁହେଁ ମମିତା ମେହେର ହତ୍ୟାକାଣ୍ଡ ରେ ମଧ୍ୟ ତତ୍କାଳୀନ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ପରିବାର ଲୋକେ । କିନ୍ତୁ ଗୋବିନ୍ଦ ସାହୁକୁ କେବଳ ଗିରଫ କରିବା ସହ ଜେଲ ରେ ତାର ଆତ୍ମହତ୍ୟାର ନାଟକ ରଚି ଘଟଣାକୁ ଶୀତଳ ଭଣ୍ଡାର କୁ ଠେଲି ଦେଇଥିଲେ ବିଜେଡି ସରକାର ।  ସେହିପରି ଆଠଗଡର ଝିଅ ରୁଚିକା ଆତ୍ମହତ୍ୟା ଘଟଣା ରେ ତତ୍କାଳୀନ ମନ୍ତ୍ରୀ ରାଜା ସ୍ୱାଇଁ ଙ୍କ ନାଁ ରେ ଆସିଲା ଅଭିଯୋଗ । ଏଠି ପୋଲିସ ତଦନ୍ତ କୁ ବାଟମାରଣା କରି ଘଟଣାକୁ ଚାପିଦେଲା । 

ସବୁଠୁ ବଡ଼ ହାଇ ପ୍ରୋଫାଇଲ କେସ ତଥା ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡକୁ ମଧ୍ୟ ଚାପି ଦେବାରେ ସକ୍ଷମ ହୋଇଥିଲା ବିଜେଡି ସରକାର । ଘଟଣାରେ ବିଜଡ଼ି ନେତା ସୁଶାନ୍ତ ସିଂ, ବବି ଦାସ ଓ ଭି କେ ପାଣ୍ଡିଆନ ଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ବିଧାନସଭା ହୁଲୁସ୍ତୁଲ ହୋଇଥିଲେ । କିନ୍ତୁ ପରିବାର କୁ ଦଳୀୟ ଟିକେଟ ଦେଇ ଚୁପ କରାଇଦେବା ସହ ଘଟଣାକୁ ଆଜି ପର୍ଯ୍ୟନ୍ତ ରହାସ୍ୟାବୃତ୍ତ କରି ରଖା ଯାଇଛି ।   ପୁରୁଣା ଫାଇଲ ଖୋଲିବାର ବଡ଼ ରାଜନୈତିକ ବିତର୍କ ଭିତରେ ଲୋକଙ୍କ ମନରେ ଥିବା ସନ୍ଧେହ ସବୁ କେବେ ଦୂର ହେଉଛି ଆଉ ଏସବୁ ପୁରୁଣା ପେଡ଼ିରୁ କେଉଁ ମହାଗୁମର ପଦାକୁ ଆସୁଛି ତାକୁ ଅପେକ୍ଷା ।  
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJP government will open the door to the crimes of BJD leaders | Argus News