ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ । ରାଜ୍ୟପାଳଙ୍କ ମୁହଁରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା ସରକାର କରିଛନ୍ତି । ଉଷୁନା ଚାଉଳ ଅର୍ପଣ ରଥରୁ ମିଳିଲା । ଯାଞ୍ଚ କମିଟି ସଦସ୍ୟ ଦାମ ମହାସୁଆର ନିଜେ କହିଛନ୍ତି, ଉଷୁନା ଚାଉଳ ମିଳିଛି । ବାର ମିଶା ଚାଉଳ ଶ୍ରୀ ମନ୍ଦିରକୁ ଗଲା କେମିତି ? । ଲୋକେ ଗୁଆ ସହ ଦାନରେ ଅର୍ଥ ବି ଦେଇଛନ୍ତି ।
କେତେ ଅର୍ଥ ସଂଗ୍ରହ ହେଲା ତାର ହିସାବ ନାହିଁ । ଅର୍ପଣ ଅର୍ଥରୁ ମିଳିଥିବା ଅର୍ଥ ସରକାରୀ ଦଳର ନେତା ଓ କର୍ମକର୍ତ୍ତା ମଦ ମାଂସ ଓ ଭୋଜି ଭାତରେ ଆତ୍ମସାତ କରିଛନ୍ତି । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇଲେ । ଯାହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ । ଗଜପତି ମହାରାଜ ବି କହିଛନ୍ତି, ଅର୍ପଣ ରଥ ମନ୍ଦିର ପ୍ରଶାସନର ନୁହେଁ । ମୁଖ୍ୟମନ୍ତ୍ରୀ ଗତକାଲି ଏ ବାବଦରେ ପଦୁଟିଏ କହିଲେନି । ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ।.... ସେହିପରି ଗୃହରେ କମିଆ ଜାନୀ ପ୍ରସଙ୍ଗ ବି ଉଠାଇଛନ୍ତି ମୋହନ ମାଝୀ ।
ଅଧିମ ପଢନ୍ତୁ ଓଡ଼ିଶା ଖବର