Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ଚାବିକାଠି ଗାଏବ ଓ ଟଙ୍କା ଚୋରି ହେବା ପ୍ରତିବାଦରେ ବିଜେପି ଦେଲା ଏତଲା 

Odisha

 ଚାବିକାଠି ଗାଏବ ଓ ଟଙ୍କା ଚୋରି ହେବା ପ୍ରତିବାଦରେ ବିଜେପି ଦେଲା ଏତଲା 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଚାବିକାଠି ଗାଏବ ଓ ଟଙ୍କା ଚୋରି ହେବା ପ୍ରତିବାଦରେ ବିଜେପି ଦେଲା ଏତଲା 

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ପୀଠର ପ୍ରସ୍ତାନ ଦ୍ୱାର ନିକଟରେ ରହୁଥିବା ହୁଣ୍ଡିର ଚାବି କାଠି ଗାଏବ ହୋଇଯାଇଛି। ଏନେଇ ମନ୍ଦିର କତ୍ତୃପକ୍ଷ ଥାନାରେ କୌଣସି ଅଭିଯୋଗ କରିନଥିବା ବେଳେ ହୁଣ୍ଡି ଗଣତି ଦିନ ତାଲା କାଟି ଟଙ୍କା ବାହାର କରିବାକୁ ବିଜେପି ତଦନ୍ତ ଦାବି କରି ଘଟଗାଁ ଥାନା ରେ ଲିଖିତ ଅଭିଯୋଗ କରିଛି। ଅଭିଯୋଗ ଅନୁଯାୟୀ ୨୩ ତାରିଖରେ ହୁଣ୍ଡି ଗଣତି ପାଇଁ ବେଢା ଭିତରେ ଥିବା ସମସ୍ତ ହୁଣ୍ଡି କୁ ଖୋଲା ଯାଇଥିବା ବେଳେ ପ୍ରସ୍ଥାନ ଦ୍ବାର ରେ ଥିବା ହୁଣ୍ଡି ଖୋଲା ଯାଇ ପାରିନଥିଲା ‌।

ଶେଷରେ ପହଡ ପଡିବା ପରେ ହୁଣ୍ଡି ର ତାଲା କଟା ଯାଇଥିଲା । ତେବେ ହୁଣ୍ଡି ଗଣତି ସମୟରେ ଚାବି ହଜିଥିବା ହୁଣ୍ଡିରୁ କେବଳ ଖୁଚୁରା ଟଙ୍କା ବାହାରିଥିଲା। ହୁଣ୍ଡି ରେ ଥିବା ନୋଟ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଜଘନ୍ୟ ଚୋରି ସମ୍ପର୍କରେ ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ଜଣିଥିଲେ ମଧ୍ୟ ଦୁର୍ବୃତ୍ତ ଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ପ୍ରଶ୍ନ ଉଠାଇଛି ବିଜେପି।‌ ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁର ଘଟଣା ର ନିରପେକ୍ଷ ତଦନ୍ତ ଦାବି କରିବା ସହ ଦୁବୃର୍ତ୍ତ  ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଘଟଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।‌ ଘଟଣା ଘଟିବାର ୭ ଦିନ ବିତି ଯାଇଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଘଟଣା କୁ ଜାଣିଶୁଣି ଲୁଚାଉଥିବା ଅଭିଯୋଗ କରିଛି ବିଜେପି।‌  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJP has file FIR against theft of keys and theft of money | Argus News