Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି

Odisha

ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି

Rashmita Mishra
Browse all articles by Rashmita Mishra
·2 years ago·1 min read
ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି

ଅର୍ଗସ ବ୍ୟୁରୋ: ବରଗଡ଼ରେ ଆୟୋଜିତ ସଭାକୁ ସମ୍ଭୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହେବାକୁ ଯାଉଛି । ୩୧୦୦ଟଙ୍କା ଏମଏସପି ହେଉ ଅବା ପିଏମ କିଷାନ। ବିଜେପି ସରକାର କ୍ଷମତାକୁ ଆସିବା ପରେ ୧୦୦ ଦିନର କାର୍ଯ୍ୟପନ୍ଥା ସ୍ଥିର କରିଛି । ସେହି ଅନୁସାରେ କାମ ହେଉଛି । ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଲୋକଙ୍କ ପାଖରେ ପହଂଚିବା ପାଇଁ । ଚାଷୀଙ୍କ ଆର୍ଥିକ ଦୃଷ୍ଟି କୋଣରୁ କିପରି ବିକାଶ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି ।

ବରଗଡ଼ରେ ଆୟୋଜିତ ସଭାରେ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ ସେମାନଙ୍କ ଅଭିଭାଷଣ ରଖିଥିଲେ । ଅଭିଭାଷଣରେ ଗୋଟିଏ କଥା କହିଥିଲେ ଓଡିଶାର ବିକାଶ । ଗତ ୨୫ବର୍ଷରେ ଯାହା ସମ୍ଭବ ହୋଇପାରିନି ତାକୁ କିପରି ସମ୍ଭବ କରାଯିବ ସେଦିଗରେ ରାଜ୍ୟ ସରକାର କାମ କରିବେ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ସଂକଳ୍ପପତ୍ରରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରୁଛନ୍ତି । ଚାଷୀ ଓ ଚାଷ ସବୁବେଳେ ପ୍ରାଥମିକତା ରହିଆସିଛି ଏବଂ ରହିବ

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The BJP has fulfilled its promise to the farmers | Argus News