Videos
|
Odisha

ଶୀତଅଧିବେଶନ ପୂର୍ବରୁ ଆଦିବାସୀଙ୍କ ଜମି ହଡ଼ପ ପ୍ରସଙ୍ଗ ଉଠାଇ ବର୍ଷିଲା ବିଜେପି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶୀତଅଧିବେଶନ ପୂର୍ବରୁ ଆଦିବାସୀଙ୍କ ଜମି ହଡ଼ପ ପ୍ରସଙ୍ଗ ଉଠାଇ ବର୍ଷିଲା ବିଜେପି

ଅର୍ଗସ ବ୍ୟୁରୋ:  ଆଦିବାସୀଙ୍କ ଜମି ହଡ଼ପ କରି ଲାଭଖୋର ପୁଞ୍ଜିପତିଙ୍କ ହାତକୁ ଟେକିଦେବାକୁ ହୋଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍। ଶୀତଅଧିବେଶନ ପୂର୍ବରୁ ଆଦିବାସୀଙ୍କ ଜମି ହଡ଼ପ ପ୍ରସଙ୍ଗ ଉଠାଇ ବର୍ଷିଲା ବିଜେପି। ଜମି ହଡ଼ପ ଷଡ଼ଯନ୍ତ୍ର ପଛରେ କିଏ ବୋଲି ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ। ଆଦିବାସୀଙ୍କ ଜମି ବିକ୍ରି ନେଇ ଥିବା ନିୟମ ବଦଳାଇ ବିଜେଡି ସରକାର କରିଥିଲେ ବିଧିବଦ୍ଧ ଷଡ଼ଯନ୍ତ୍ର। କିନ୍ତୁ ଆଦିବାସୀଙ୍କ ସ୍ୱର ହୋଇ ବିଜେପି ଯୁଦ୍ଧଂ ଦେହି ଡାକରା ଦେବା ପରେ ବାଧ୍ୟ ହୋଇ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର।

ପୂର୍ବରୁ ଅନୁସୂଚିତ ଜନଜାତିର ବ୍ୟକ୍ତି କୃଷି, ଗୃହ ନିର୍ମାଣ, ପିଲା ମାନଙ୍କ ଉଚ୍ଚ ଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ବନ୍ଧକ ରଖି ଋଣ କରିପାରିବେ। ଏହାସହ ଅଣ ଆଦିବାସୀ ଜନଜାତି ବ୍ୟକ୍ତିଙ୍କୁ ଆଦିବାସୀ ଲୋକ ନିଜ ଜମି ହସ୍ତାନ୍ତର ବା ବିକ୍ରି କରିପାରିବେ ବୋଲି କ୍ୟାବିନେଟରେ ହୋଇଥିଲା ନିଷ୍ପତ୍ତି। ଯାହାକୁ ବିଜେପି ତୀବ୍ର ବିରୋଧ କରିବା ପରେ ଶେଷରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ସରକାର। ହେଲେ ଏଠି ପ୍ରଶ୍ନ ଆଦିବାସୀଙ୍କୁ ସର୍ବସ୍ଵାନ୍ତ କରି ଜମି ହଡପ ପାଇଁ ହୋଇଥିବା ଚକ୍ରାନ୍ତର ପୃଷ୍ଠପୋଷକ କିଏ ?

ଆଦିବାସୀ ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ନରଖି ଉଚ୍ଚଶିକ୍ଷା ମନ୍ତ୍ରୀ କାହିଁକି ରଖିଲେ ବୋଲି ପ୍ରଶ୍ନ ଉଠାଇଛି ବିଜେପି। ଏହି ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ପ୍ରତ୍ୟାହାର ନ କଲେ ବିଧାନସଭା ଭିତରେ ଓ ବାହାରେ ଜୋରଦାର ପ୍ରତିବାଦ କରିବାକୁ ଚେତାବନୀ ଦେଇଛି ବିଜେପି। ତେବେ କ୍ୟାବିନେଟ ନିଷ୍ପତ୍ତି କେବଳ କ୍ୟାବିନେଟରେ ହିଁ ପ୍ରତ୍ୟାହାର ହୋଇ ପାରିବ ବୋଲି ପୂର୍ବରୁ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the BJP raised the issue of tribal land grabbing | Argus News