Videos
|
Odisha

ସାମ୍ନାକୁ ଆସିଲା ବେଦାନ୍ତ ଲିମିଟେଡର କଳାଅତୀତ

Manini Pattanayak
Browse all articles by Manini Pattanayak
·2 years ago·2 min read
ସାମ୍ନାକୁ ଆସିଲା ବେଦାନ୍ତ ଲିମିଟେଡର କଳାଅତୀତ

ଝାରସୁଗୁଡା : ବେଦାନ୍ତକୁ ବଡ଼ ଝଟକା । ମନଇଚ୍ଛା ଜନବସତି ନିକଟରେ ପାଉଁଶ ଡମ୍ପିଂ କରିବାରୁ ଲାଗିଛି ୭୧ କୋଟି ୧୬ ଲକ୍ଷର  ଫାଇନ୍ । ବେଦାନ୍ତ ଆଲୁମିନିୟମ୍‌ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାରେ ମନଇଚ୍ଛା ପାଉଁଶ ଡମ୍ପିଂ କରିଆସୁଛି । ଏହି ଘଟଣାରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସେପଟେ ସାମ୍ନାକୁ ଆସିଛି ବେଦାନ୍ତ ଲିମିଟେଡର କଳାଅତୀତ । ରାଜନୈତିକ ପୃଷ୍ଠପୋଷକତାର ଖୋଲିଛି ଗୁମର  । ବିବାଦ ଘେରରେ ବିଜେଡିର ପୂର୍ବତନ ବିଧାୟିକା ଦୀପାଲି ଦାସ ଓ ତାଙ୍କ ପରିବାର ।
 ବେଦାନ୍ତକୁ ବଡ଼ ଝଟକା। ମନଇଚ୍ଛା ଜନବସତି ନିକଟରେ ପାଉଁଶ ଡମ୍ପିଂ କରିବାରୁ ଲାଗିଛି ୭୧.୧୬ କୋଟିର ଫାଇନ୍ ।

ହେଲା ବେଦାନ୍ତ ଆଲୁମିନିୟମ୍‌ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାରେ ମନଇଚ୍ଛା ପାଉଁଶ ଡମ୍ପିଂ କରିଆସୁଛି। ଏହି ଘଟଣାରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏଥି ସହିତ ଝାରସୁଗୁଡ଼ା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ଆଲୁମିନିୟମ୍‌କୁ ପରି‌ବେଶ କ୍ଷତିପୂରଣ ବାବଦରେ ୭୧.୧୬ କୋଟି ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। କେବଳ ସେତିକି ନୁହେଁ, ବେଆଇନ୍‌ ପାଉଁଶ ଡମ୍ପିଂ ଯୋଗୁ କାହିଁକି ବେଦାନ୍ତର କନ୍‌ସେଣ୍ଟ ଟୁ ଅପରେଟ୍‌ ଅନୁମତି ପ୍ରତ୍ୟାହାର କରା ନ ଯିବ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ; ସେ ନେଇ ବୋର୍ଡ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। 

ପୂର୍ବରୁ ବେଦାନ୍ତର ବିଜେଡି ଲିଙ୍କ୍ ଆସିଛି ସାମ୍ନାକୁ । ପୂର୍ବତନ ବିଧାୟକ ସ୍ବର୍ଗତ ନବ ଦାସ ବେଦାନ୍ତକୁ ଅହେତୁକ ଅନୁକଂପା ଦେଖାଇଥିବାର ହୋଇଥିଲା ଅଭିଯୋଗ। ନଜର ପକାନ୍ତୁ ନବ ଦାସଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦିପାଲୀ ଦାସଙ୍କ ସତ୍ୟପାଠ ଉପରେ। ବେଦାନ୍ତ ଆସ୍ ଉଠାଣ ଓ ଟ୍ରାନସପୋର୍ଟର କଣ୍ଚ୍ରାକ୍ଟ ରହିଛି ଦିପାଲୀଙ୍କ ମା ମିନତି ଦାସଙ୍କ ନାଁରେ। ଅଭିଯୋଗ ହେଉଛି ବର୍ଷକୁ ଶହ ଶହ କୋଟିର ମୁନାଫା ଏଇ ବିଜନେସରୁ। ନବ ଦାସଙ୍କ ମୃତ୍ୟୁ ପରେ ଏଇ ଆସ୍ ବେପାରକୁ ନେଇ ମୁହାଁମୁହିଁ ହୋଇଥିଲେ ସୁଶାନ୍ତ ସିଂହଙ୍କ ସମର୍ଥକ ଓ ଦିପାଲୀଙ୍କ ସମର୍ଥକ। ଏବେ ବେଦାନ୍ତ ଆସକୁ ନେଇ ପୁଣି ବିବାଦରେ ଦିପାଲୀ।  ବର୍ଜ୍ୟ ପରିଚାଳନା ପାଇଁ ଏକ ବିସ୍ତୃତ ଆକ୍ସନ ପ୍ଲାନ୍‌ ମଧ୍ୟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ବେଦାନ୍ତକୁ ପ୍ରଦୁଷଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ଆସେ କିମ୍ବା ଉତ୍ତର ସନ୍ତୋଷଜନକ ନହୁଏ; ତେବେ ବିନା କୌଣସି ସୁଯୋଗରେ ବେଦାନ୍ତ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Black past of Vedanta Limited came to light | Argus News