Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

Odisha

ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

Ritu Das
Browse all articles by Ritu Das
·2 years ago
ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: ଝରୀଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭରକିଭଟ୍ଟା ଗ୍ରାମ ରଙ୍ଗମାଟିଗୁଡାର ଗୋରୀ ଗୌଡ଼ ଏବଂ ସେହି ଗ୍ରାମର ମୋହନ ଗୌଡ଼ଙ୍କ ଝୁଲନ୍ତା ମୃତ ଦେହ ଭୋର ସକାଳ ଗାଁ ନିକଟ ପ୍ରାୟ ୩୦୦ମିଟର ଦୂରରେ ଥିବା ଏକ ତେନ୍ତୁଳିଗଛରୁ ଉଦ୍ଧାର କରିଛନ୍ତି। 

ଗ୍ରାମବାସୀ, ସୂଚନା ପ୍ରକାରେ ଗତକାଲି ପାଖ ଗାଇବନ୍ଧା ଗ୍ରାମକୁ ସାଙ୍ଗସାଥିଙ୍କ ସହ ନାଟ ଦେଖିବା ଲାଗି ଯାଇଥିଲେ। ତେବେ ସକାଳୁ ଗ୍ରାମର କିଛିଲୋକ ମହୁଲ ଗୋଟେଇବା ଲାଗି ଯାଇଥିବା ବେଳେ ଉଭୟଙ୍କୁ ଏକ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଉଭୟଙ୍କ ପରିବାର ଏ ସମ୍ପର୍କରେ ଥାନାରେ ଅଭିଯୋଗ ଦେଇଥିବା ଜଣାପଡିଛି। ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The bodies of the lovers | Argus News