ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନl ଅନ୍ତର୍ଗତ ବୁରଖା ମହୁଲି ଗଁl ନିକଟସ୍ଥ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ କରାଯାଇଛି। ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ଦୁଇଜଣ ହେଲେ ରାଇଘର ବ୍ଳକ ଭୁରଖାମହୁଲି ଗାଁର ରେମଲାଲ ଗଣ୍ଡ ଏବଂ ଦିକେଶ୍ବରୀ ଗଣ୍ଡ। ପ୍ରେମିକର ବୟସ ୧୮ ଓ ପ୍ରେମିକାର ବୟସ ୧୬ ବୋଲି ଜଣା ପଡିଛି। ଉଭୟଙ୍କ ପରିବାର ବିବାହ ପାଇଁ ମନା କରିଥିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି l
ଉଭୟ ଗତ ରବିବାର ଦିନଠାରୁ ନିଖୋଜ ଥିଲେ l ପରିବାର ବର୍ଗ ବହୁତ ଖୋଜା ଖୋଜି କରିଥିଲେ ହେଲେ ପାଇ ନ ଥିଲେ l ଆଜି ସକାଳୁ କିଛି ଗଁl ଲୋକେ ନିକଟସ୍ଥ ଜଙ୍ଗଲରୁ ଘlସ କାଟିବାକୁ ଯାଇଥିବା ବେଳେ ଦୁଇ ଜଣଙ୍କ ମୃତଦେହ ଦେଖି ଥିଲେ। ସେହି ଲୋକ ମନେ ଗଁl କୁ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ । ବର୍ତ୍ତମାନ ଉଭୟଙ୍କ ପରିବାର ଲୋକେ କୁନ୍ଦେଇ ଥାନାରେ ଲିଖିତ ଜଣାଇଥିଲେ l ବର୍ତ୍ତମାନ କୁନ୍ଦେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି l ମୃତ ଦେହ ଦୁଇଟି କୁ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ତେବେ ଏହା ଆତ୍ମହତ୍ୟା ନା ଆଉ କିଛି ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର