Videos
|
Odisha

ମଞ୍ଚେଶ୍ବର ଥାନା ଶ୍ରୀରାମନଗର ବସ୍ତିରେ ବନ୍ଦ ଘରୁ ମିଳିଲା ନାବାଳିକାର ମୃତଦେହ

Smruti Parija
Browse all articles by Smruti Parija
·2 years ago
ମଞ୍ଚେଶ୍ବର ଥାନା ଶ୍ରୀରାମନଗର ବସ୍ତିରେ ବନ୍ଦ ଘରୁ ମିଳିଲା ନାବାଳିକାର ମୃତଦେହ

ଭୁବନେଶ୍ୱର: ବନ୍ଦ ଘରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ ଅଭାବନୀୟ ଘଟଣା । ବନ୍ଦ ଘରୁ ନାବାଳିକା ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘର ବାହାରୁ ତାଲା ପଡିଥିଲା । ମୃତକ ଜଣକ ଉତ୍ତରପ୍ରଦେଶର ହୋଇଥିବା ସୂଚନା ରହିଛି । ବସ୍ତିରେ ଜଣେ ମହିଳାଙ୍କ ଘରେ ରହୁଥିଲେ । ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଉକ୍ତ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।   

ସେ ଚକେଇସିଆଣି ଅଞ୍ଚଳରେ ରହି ମୃତ ନାବାଳିକା ଜଣକ କାମ କରୁଥିବା ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଖୋଳତାଡ କରୁଛି ପୋଲିସ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: