ନବ ବଧୂଙ୍କ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଗଡ଼ପୋଖରୀ ପଞ୍ଚାୟତ ଅଧିନ ଟେନ୍ତଳାଗଢିଆ ଗାଁର ଜଗନ୍ନାଥ ଦାସଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସେଠୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଯୌତୁକ ପାଇଁ ଝିଅକୁ ମାରିଦେଇଥିବା ବାପଘର ଲୋକେ ଖଇରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।
ଗତ ଜୁନ ମାସ ୧୪ତାରିଖରେ ନହଙ୍ଗ ପଞ୍ଚାୟତ ସେରପୁର ଗାଁର ସୁଦାମ ସେଠିଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠିଙ୍କୁ ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ତେନ୍ତାଳଗଢିଆ ଗାଁର ଜଗନ୍ନାଥ ଦାସଙ୍କ ସହିତ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା।ବାହାଘର ପରେ କିଛିଦିନ ଠିକଠାକ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାକୁ ନିର୍ଯାତନା ଦେଇଆସୁଥିଲେ । ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗିରହିଥିଲା। ଆଜି ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିବା ନେଇ ଜଗନ୍ନାଥଙ୍କ ଗ୍ରାମବାସିମାନେ ଝିଅ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଆସିବା ପରେ ଜଗନ୍ନାଥ ସମେତ ଜଗନ୍ନାଥ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅକୁ ହତ୍ୟା କରିଥିବା ନେଇ ଖଇରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଏବଂ ଶାଶୁଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର...