Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·2 years ago
ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱର ମୈତ୍ରୀବିହାରରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ । ଗଜପତି ନଗର ସ୍ଥିତ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡ଼ର ମାଲିକ ହୋଇଥିବା ସୂଚନା । ତାଙ୍କ ଘର ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ । ତପନ ଭୁବନେଶ୍ୱର ଏକ ମିଟିଂରେ ଯୋଗଦେବାକୁ ଦୁଇ ଦିନ ତଳେ ଆସିଥିଲେ।

ପରେ କାମ ସାରି ଶାନ୍ତି ଗେଷ୍ଟ ହାଉସରେ ରହିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ସେପଟେ ଗେଷ୍ଟ ହାଉସର ସିସିଟିଭି ଯାଞ୍ଚ ସହ କର୍ମଚାରୀମାନଙ୍କୁ ପଚରା ଉଚରା କରୁଛି ପୋଲିସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The body of the businessman was recovered from the guest house | Argus News