Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁରେ ପହଞ୍ଚିଲା ନାବାଳକ ଦାଦନ ଶ୍ରମିକଙ୍କ ଶବ

Banajyotshna Ray
Browse all articles by Banajyotshna Ray
·2 years ago
ଗାଁରେ ପହଞ୍ଚିଲା ନାବାଳକ ଦାଦନ ଶ୍ରମିକଙ୍କ ଶବ

ଅର୍ଗସ ବ୍ୟୁରୋ: ଗାଁରେ ପହଞ୍ଚିଲା ନାବାଳକ ଦାଦନ ଶ୍ରମିକଙ୍କ ଶବ । ବଲାଙ୍ଗିର ଉପାନ୍ତ ଦାଦନ ପ୍ରବଣ ତୁରେକେଲା ଥାନା କୁଶପାଳି ଗାଁର ନାବାଳକ କୁଶଧର ବହରିଆ । ୭ ଦିନ ତଳେ ସ୍ଥାନୀୟ ଏକ ଦାଦନ ସର୍ଦ୍ଦାରଙ୍କ ଜରିଆରେ ଇଟାଭାଟି କାମ କରିବାକୁ ଯାଇଥିଲେ ।  ଇଟା ଭାଟି ମାଳିକଙ୍କ ନିର୍ଯାତନା ଯୋଗୁଁ ନାବାଳକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଆଜି ଶ୍ରମିକଙ୍କ ମୃତ ଶରୀର ଗାଁ ଫେରିଛି । ମୃତ ନାବାଳକ ଜଣକ ବିନା ଲାଇସେନ୍ସଧାରି ଦାଦନ ସର୍ଦ୍ଦାରଙ୍କ ଜରିଆରେ ଯାଇଥିବା ବେଳେ ଗୋଟିଏ ଲାଇସେନ୍ସ ସର୍ଦ୍ଦାରଙ୍କ ଜରିଆରେ ଆସିଥିବା ଦର୍ଶାଇ ସେହି ସର୍ଦ୍ଦାର ବଞ୍ଚାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାକୁ ଗୁରୁତର ଭାବେ ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଦାବୀ ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The body of the minor laborer reached the village today | Argus News