୫ ଦିନ ପରେ ମିଳିଲା ନିଖୋଜ ଯୁବକର ମୃତଦେହ
·2 years ago·1 min read

ଖୋର୍ଦ୍ଧା : ଖୋର୍ଦ୍ଧା ତାପଗଂ ବଡ ସାଉଁଳି କଳିଙ୍ଗ ପାହାଡ ଖଣିରେ ନିଖୋଜ ହୋଇଥିବା ଯୁବକର ମୃତଦେହ ୫ଦିନ ପରେ ଉଦ୍ଧାର କରାଯାଇଛି । ୫ ଦିନଧରି ଅଗ୍ମିଶମ ବାହିନୀ, ଓଡ୍ରାଫ, ଏନଡିଆର ଏଫ,ନୈ।ସେନା ଓ ରୋବର୍ଟ ନିଖୋଜ ଯୁବକକୁ ଖୋଜୁଥିଲା । ଆଜି ସକାଳୁ ଊଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନେ ମୃତଦେହକୁ ଠାବ କରିଛନ୍ତି।
ଅଧିକ ପଢନ୍ତୁ : ନିଖୋଜ ଯୁବକକୁ ପାଣିରେ ଖୋଜୁଛି ରୋବର୍ଟ
ଶବ ଜବତ କରି ପୋଷ୍ଟମଣ୍ଟମ ପାଇଁ ମେଡ଼ିକାଲ କୁ ପଠାଇବା ବ୍ୟବସ୍ଥା କରୁଛି। ମୃତ ଯୁବକ ଜଣକ ହେଉଛନ୍ତି ଓମ୍ ପ୍ରକାଶ ରଥ। ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସି ପଡିଥିଲା ଯୁବକ । ୩ଜଣ ଯୁବକ ଓ ଜଣେ ଯୁବତୀ ସାଗଂ ହୋଇ ପାହାଡ ବୁଲିବାକୁ ଆସିଥିବାବେଳେ ରିଲ୍ସ କରୁ କରୁ ଖଣିରେ ଜଣେ ଯୁବକ ଖସି ପଡିଥିଲେ। ତେବେ ସାଙ୍ଗକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକ ମଧ୍ୟ ବୁଡି ଯାଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: