Videos
|
Odisha

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

Ritu Das
Browse all articles by Ritu Das
·2 years ago·1 min read
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: ପାରାଦ୍ୱୀପରେ ଆଜି ଏକ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପାରାଦ୍ଵୀପ ଆଦର୍ଶ ଥାନା । ୧୧ ଦିନ ଧରି ନିଖୋଜ ଥିଲେ ମଧୁବନ ଅଞ୍ଚଳର ସୁକେଶ ମଣ୍ତଳ। ତାଙ୍କୁ ହତ୍ୟା କରାଯାଇଛି  ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତକାଲି ଭିମଭୋଇ କଲୋନୀ ନିକଟ ଏକ ବୁଦାମୂଳରୁ ତାଙ୍କ ମୃତଦେହକୁ ଦେଖିଥିଲେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ। 

ଏହାପରେ ପୋଲିସ ଜାଣିବାପରେ ତନାଘନା ଆରମ୍ଭ ହୋଇଥିଲା । ମୃତଦେହ ଜବତ କରି ତଦନ୍ତ ଆରମ୍ଭ ହୋଇଛି। ତାଙ୍କ ବାପା ଅଭିଯୋଗ କରିଛନ୍ତି କିଛି ଯୁବକ ମାନଙ୍କ ସହ ତାଙ୍କ ପୁଅର ପାଟିତୁଣ୍ଡ ହୋଇଥିଲା ବୋଲି ପୁଅ କହିଥିଲା। ଆକ୍ରମଣକାରୀ ମାନେ ତାଙ୍କ ଗାଡିକୁ ଭାଙ୍ଗି ଦେଇଥିଲେ। ରାକ୍ଷୀ ପୂର୍ଣ୍ଣିମା ଠାରୁ ସେ ନିଖୋଜ ଥିଲେ ବୋଲି ସୁକେଶଙ୍କ ବାପା କହିଛନ୍ତି । ତାଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The body of the young | Argus News