ଜରାଉ ନଦୀପଠାରୁ ମିଳିଲା ମୃତଦେହ
·1 year ago

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ସିଦ୍ଧପୁର ଗ୍ରାମର ଜରାଉ ନଦୀ ପଠାରୁ ବୃଦ୍ଧଙ୍କ ମୃତ ଦେହ ଜବତ ହୋଇଛି। ମୃତକ ହେଲେ ସନ୍ତୋଷ ଡାକୁଆ (୫୨)। ସୂଚନା ମୁତାବକ ସନ୍ତୋଷ ଖାରବେଳ ସମୟରେ ଶୌଚ ପାଇଁ ଜରାଉ ନଦୀକୁ ଯାଇଥିଲେ। ଫେରିବାରେ ବହୁତ୍ ବିଳମ୍ବ ହେବାରୁ ଘରଲୋକ ବହୁତ୍ ଖୋଜାଖୋଜି କରିଥିଲେ ।
ପରବର୍ତ୍ତୀ ସମୟରେ ତାଙ୍କୁ ନଦୀ କୂଳରେ ପଡ଼ିଥିବା ଦେଖି ସ୍ଥାନୀୟ ସମାଜ ସେବୀ ସୀତାରାମ ପଣ୍ଡା ଙ୍କ ସହଯୋଗ ରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ସନ୍ତୋଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଥି ସହ ସ୍ଥାନୀୟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠାଯାଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: