Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନ୍ୟପ୍ରାଣୀ ଶିକାର ପାଇଁ ଖଞ୍ଜାଯାଇଥିଲା ବୋମା

Ritu Das
Browse all articles by Ritu Das
·1 year ago·1 min read
ବନ୍ୟପ୍ରାଣୀ ଶିକାର ପାଇଁ ଖଞ୍ଜାଯାଇଥିଲା ବୋମା

ଅର୍ଗସ ବ୍ୟୁରୋ: ଜନ୍ତୁ ଶିକାର ଉଦ୍ଦେଶ୍ୟରେ କେହି ଜଙ୍ଗଲ ନିକଟରେ ବୋମା ଖଞ୍ଜିଥିବା ବେଳେ ସେହି ବୋମା ଉପରେ ପାଦ ପଡିଯିବାରୁ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି l ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ l ଗୁରୁତର ଉଦୟ କୁମାର ନାଇକ ନିଜର କିଛି ଛେଳି ନେଇ ଚରାଇବାକୁ ଆଜି ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ l ଅପରାହ୍ନରେ ଛେଳି ଚରାଉଥିବା ସମୟରେ ହଠାତ୍ ପାଦତଳୁ ପ୍ରଚଣ୍ଡ ବିସ୍ପୋରଣ ହୋଇଥିଲା। 

ବିସ୍ପୋରଣରେ ତାଙ୍କ ବାମ ପାଦଟି ସମ୍ପୁର୍ଣ୍ଣ ଭାବେ କ୍ଷତାକ୍ତ ହୋଇ ସେ ଗୁରୁତର ହୋଇପଡିଥିଲେ । ପାଖରେ ଥିବା ଅନ୍ୟ ଛେଳି ଚରାଳି ମାନେ ପରିବାର ଲୋକଙ୍କୁ ଖବର ଦେବାପରେ ତାଙ୍କୁ ସେହି ସ୍ଥାନରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ ।ତେବେ ଅବସ୍ଥା ସଙ୍କଟାପନ୍ନ  ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ପ୍ରତିଶ୍ରୁତି ଚାଲିଛି । ତେବେ କିଏ ସେଠାରେ ବୋମା ଖଞ୍ଜିଥିଲା ସେ ସମ୍ପର୍କରେ କିଛି ଜଣାପଡିନାହିଁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The bomb was | Argus News