Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୂଳ ଖାଉଛି ବ୍ରାହ୍ମଣୀ ନଦୀ, ବିସ୍ଥାପିତଙ୍କ ବିଳାପ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୂଳ ଖାଉଛି ବ୍ରାହ୍ମଣୀ ନଦୀ, ବିସ୍ଥାପିତଙ୍କ ବିଳାପ

ଅର୍ଗସ ବ୍ୟୁରୋ: ଅନୁଗୋଳ କଣିହାଁ ବ୍ଲକ ଅଂଚଳରେ ବିସ୍ଥାପିତଙ୍କ ବିଳାପ । ଜମି ଅଧିଗ୍ରହଣ ପରେ କ୍ଷତିପୂରଣ ଦେବାକୁ ଭୁଲିଗଲା ପ୍ରଶାସନ । 1994 ମସିହାରେ ବ୍ରାହ୍ମଣୀ ନଦୀ ଅବବାହିକାରେ ସମଲ ବ୍ୟାରେଜ ନିର୍ମାଣ ହୋଇଥିଲା । କିନ୍ତୁ ବ୍ୟାରେଜ ନିର୍ମାଣ ହେବା ପରଠାରୁ ଲୋକଙ୍କ ଦୁଃଖ ବଢିଛି । ପ୍ରତିବର୍ଷ ବନ୍ୟା ଜଳ ଆସି ମାଟି ଅତଡା ଖସିବା ସହ ଗାଁ ଭିତରେ ବନ୍ୟା ପାଣି ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ସୁଲେପାଳ ସମେତ ଏହାର ଆଖପାଖ ଅଂଚଳ ବିଶେଷ କ୍ଷତିଗ୍ରସ୍ତ ହେଉଛି ।

ସମଲ ବ୍ୟାରେଜ ନିର୍ମାଣ ସମୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 30ଫୁଟ ଜମି ଅଧିଗ୍ରହଣ କ୍ଷତିପୂରଣ ଦିଆଯାଇଥିଲା । କିନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ 70ଫୁଟ ଜମି ଚିହ୍ନଟ କରି କିଛି ଲୋକଙ୍କୁ କ୍ଷତିପୂରଣ ଦିଆଯାଇଥିଲେ ମଧ୍ୟ ଅନେକ ଏବେବି କ୍ଷତିପୂରଣ ପାଇବାରୁ ବଂଚିତ ଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ସର୍ଭେ ହେଉଛି । କିନ୍ତୁ ବାସଚ୍ୟୁତ ଓ ଜମିହରାଙ୍କୁ କ୍ଷତିପୂରଣ ନମିଳିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସମଲ ଜମିହରା ବିସ୍ଥାପିତ ପ୍ରଜାସଂଘ  ନ୍ୟାୟ ପାଇବା ପାଇଁ ଏବେ ବି କୋର୍ଟରେ ଲଢେ଼ଇ ଜାରିଖିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Brahmani river is overflowing, the lamentation of the displaced | Argus News