Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁର୍ଗମବାସୀଙ୍କୁ ସେତୁ ଧୋକା

Odisha

ଦୁର୍ଗମବାସୀଙ୍କୁ ସେତୁ ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମବାସୀଙ୍କୁ ସେତୁ ଧୋକା

ଅର୍ଗସ ବ୍ୟୁରୋ:  କଥା ଦେଇଥିଲେ ଶୀଘ୍ର ପୋଲ ନିର୍ମାଣ କରିବେ ମାତ୍ର ବର୍ଷ ପରେ ବର୍ଷ ବିତିଲା ଦୁର୍ବଳିଆ ଅଣ ଓସାରିଆ ପୋଲ ଉପରେ ଲୋକେ କରୁଛନ୍ତି ଯାତାୟାତ l ଦୁର୍ଗମ ବାସୀଙ୍କ ପାଇଁ ଏହି ରାସ୍ତା ପାଲଟିଛି ମରଣଯନ୍ତା l ଏ ହେଉଛି ନୂଆପଡା ବୋଡେ଼ନ ଠାରୁ ଭଇଁସାଦାନୀ ପଞ୍ଚାୟତ ଓ ବୋଏରଗାଁ ପଞ୍ଚାୟତକୁ ଯିବାକୁ ରାସ୍ତା। ଦୁଇଟି ପଞ୍ଚାୟତ ବାସୀଙଅକ ପାଇଁ ଏହି ପୋଲ ଲାଇଫ୍ ଲାଇନ୍। ମାତ୍ର ନିମ୍ନମାନର ପୋଲ ଞ୍ଚଳବାସୀଙ୍କ ପାଇଁ ସାଜିଛ ଚିନ୍ତାର କାରଣ।

ରାସ୍ତା ବଣ ପାହାଡ଼ ଘେରା ଭଇସାଦାନୀ ପଞ୍ଚାୟତ ର ମୁଖ୍ୟ ରାସ୍ତା l ପଞ୍ଚାୟତ ଯିବା ବାଟରେ ପଡେ ଯୁଜଘାଟ ନାଳ । ତା ଉପରେ ତିଆରି ହୋଇଛି ଏହି ଦୁର୍ବଳିଆ ପୋଲ l ଦୀର୍ଘ ବର୍ଷ ହେଲା ଏହା ଉପରେ ସୁଉଚ୍ଚ ପୋଲ ନିର୍ମାଣ କରିବାକୁ ଲୋକେ ଦାବୀ କରୁଥିବା ବେଳେ ପ୍ରଶାସନ ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି।ପ୍ରତିଶ୍ରୁତି ଦେଇଥିଲେ ସ୍ଥାୟୀ ପୋଲ କରିବେ । ମାତ୍ର ଦୁର୍ଗମବାସୀଙ୍କ ଦୁରାବସ୍ଥ କଥା ଭୁଲିଗଲା ପ୍ରଶାସନ। ଏବେ ଦୁର୍ବଳ ପୋଲ ଉପରେ ବିପଦପୁର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The bridge is false to the people of the villages | Argus News