ଷଣ୍ଢ ଖାଇଗଲା ଫସଲ, ଦଣ୍ଡ ସ୍ୱରୂପ ୭ ଦିନ ଭୋକ ଉପବାସରେ ବାନ୍ଧି ଦେଲେ
·1 year ago·1 min read

ଅର୍ଗସ ବ୍ୟୁରୋ: ଷଣ୍ଢ ଫସଲ ଖାଇଗଲା ବୋଲି ତାକୁ ୭ ଦଣ୍ଡ ସ୍ୱରୂପ ୭ ଦିନ ଭୋକ ଉପବାସ ରେ ବାନ୍ଧି ରଖାଯାଇଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର କୋଦଭଟା ଗ୍ରାମରେ । ଘଟଣା ଅନୁସାରେ କୋଡଭଟା ରେ ଜଣେ ଚାଷୀ ତାଙ୍କ ଜମିରେ ମକା ଚାଷ କରିଥିଲେ । ସାତ ଦିନ ପୂର୍ବରୁ ତାଙ୍କ ମକା ଫସଲ କୁ ଏକ ଷଣ୍ଢ ଖାଇଦେଇଥିଲା । ଜମି ମାଲିକ ଉକ୍ତ ଷଣ୍ଢ କୁ କାବୁ କରି ଗୋଟେ ଗଛ ରେ ବାନ୍ଧି ରଖିଥିଲେ । ଏଭଳି ସାତ ଦିନ ବିତି ଯାଇଥିବା ବେଳେ ଷଣ୍ଢ ଟି କିଛି ଖାଇବାକୁ ପାଇ ନଥିଲା ଏଭଳିକି ପାଣି ଟିକିଏ ବି ପିଇବାକୁ ପାଇ ନଥିଲା । ଘଟଣା ସଂପର୍କ ରେ ସ୍ଥାନୀୟ କିଛି ବ୍ୟକ୍ତି ଜାଣିବା ପରେ ଷଣ୍ଢ କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ଜମି ମାଲିକ ଗାଳି ଗୁଲଜ କରିଥିଲା । ପରେ ସ୍ଥାନୀୟ ଲୋକ ରାଇଘର ପୋଲିସ କୁ ଖବର ଦେଇଥିଲେ । ରାଇଘର ପୋଲିସ କୋଦଭଟା ପହଞ୍ଚି ଷଣ୍ଢ କୁ ଉଦ୍ଧାର କରିଥିଲେ । ତେବେ ଏଭଳି ଘଟଣା କୁ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: