Videos
|
Odisha

ଘାଟିରୁ ଖସିଲା ବସ୍‌ :୩୫ ଆହତ,୫ ଗୁରୁତର

Rashmita Mishra
Browse all articles by Rashmita Mishra
·2 years ago·1 min read
ଘାଟିରୁ ଖସିଲା ବସ୍‌ :୩୫ ଆହତ,୫ ଗୁରୁତର

ଅର୍ଗସ ବ୍ୟୁରୋ: ତାମଡା ଘାଟିରେ ସରକାରୀ ବସ୍ ଦୁର୍ଘଟଣା ଘଟି ୩୦ ରୁ ୩୫ ଯାତ୍ରୀ ଆହତ। ସୂଚନୁଯାୟୀ ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ପଙ୍କଢି ଅଞ୍ଚଳରୁ ଏକ ସରକାରୀ ବସ୍ ଯାତ୍ରୀ ନେଇ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ବସଟି ତାମଡ଼ା ଘାଟିରେ ବ୍ରେକ ଫେଲ ହେବା ଯୋଗୁ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପଥରରେ ବାଡେଇ ହେଇ ଥିଲା ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ରୁ ୩୫ ଯାତ୍ରୀ ଆହତ ହୋଇ ଥିବା ବେଳେ କିଛି ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି। ଆହତ ଯାତ୍ରୀଙ୍କୁ ତୁରନ୍ତ ଗୁରୁଣ୍ଡିଆ ଚିକିତ୍ସାଳୟ କୁ ନିଆଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରା ଯାଉଥିବା ବେଳେ ଅଧିକ ଗୁରୁତର ଥିବା ଯାତ୍ରୀଙ୍କୁ ରାଉରକେଲା ଚିକିତ୍ସାଳୟକୁ ନିଆ ଯାଇଥିବା ଜଣା ପଡିଛି। ଗୁରୁଣ୍ଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The bus fell from the gorge, 35 injured and 5 seriously | Argus News