Videos
|
Odisha

ଆନ୍ଦୋଳନ କଲେ ପ୍ରାର୍ଥୀ, ୧୦ ବର୍ଷ ହେଲା ବାହାରିନି ଜେଇ ପୋଷ୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆନ୍ଦୋଳନ କଲେ ପ୍ରାର୍ଥୀ, ୧୦ ବର୍ଷ ହେଲା ବାହାରିନି ଜେଇ ପୋଷ୍ଟ

ଭୁବନେଶ୍ବର : ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜେଇ ଆଶାୟୀ ପ୍ରାର୍ଥୀ। ଗତ ୧୦ ବର୍ଷ ହେଲା ବାହାରି ନାହିଁ ପୋଷ୍ଟ। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଆଶାୟୀ। ରାଜ୍ୟରେ ଡିପ୍ଲୋମା ପାଠ ପଢି ଭୁଲ କଲେ ବୋଲି ସେମାନେ କହିଛନ୍ତି। ୨୦୧୪ ମସିହାରୁ ଜୁନିୟର ଇଞ୍ଜିନିୟର ପୋଷ୍ଟ ବାହାର କରୁନି ବିଭାଗ। ବାରମ୍ବାର ଏ ବାବଦରେ ଅଭିଯୋଗ କଲେ ମଧ୍ୟ କୌଣସି ଆକ୍ସନ ନେଉନାହାନ୍ତି ସରକାର। ଯାହା ଫଳରେ ଫଳରେ ପିଲା ମାନସିକ ଭାବେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ପ୍ରତି ବର୍ଷ ବେକାରୀ ସଂଖ୍ୟା ବଢି ଚାଲିଛି।

ଅଧିକ ପଢନ୍ତୁ : ଜାନୁଆରୀ ୨ରୁ ୧୨ ଯାଏ ଚାଲିବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା

 ସେପଟେ ଅବସର ହୋଇସାରିଥିବା ଚାକିରିଆ ବ୍ୟକ୍ତିଙ୍କୁ ପୁଣି ଆଉ ଥରେ ପୋଷ୍ଟିଂ କରାଯାଉଛି। କମ ଦରମାରେ ମଧ୍ୟ ଆଉଟ ସୋରସିଂ ମାଧ୍ୟମରେ କିଛି ପିଲାଙ୍କୁ ନିୟୋଜିତ କରାଯାଉଛି । ଯାହା ଆଶାୟୀମାନଙ୍କୁ ନିରାଶ କରିଛି। ଏଥର ବିଭାଗ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଆକ୍ସନ ନ ନିଆଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଦାବି କରିଛନ୍ତି ଆଶାୟୀ ଜେଇ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: